ବ୍ରିଟେନ୍ ମାଞ୍ଚେଷ୍ଟରସ୍ଥିତ ବୋନ୍ସାଲ୍ ନାମରେ ଛୋଟ ଗାଁ। ଆମେରିକା ମହାକାଶ ଗବେଷଣା କେନ୍ଦ୍ର ‘ନାସା’ର ଗବେଷକମାନେ ଏହି ଗାଁରେ ଡେରା ଜମାଇ ରହୁଛନ୍ତି କହିଲେ ଚଳେ। ୨୦୦୦ ମସିହା ପରଠାରୁ ବୋନ୍ସାଲ୍ ଗାଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା। ବାରମ୍ବାର ଗାଁରେ ରହସ୍ୟମୟ ଘଟଣା ଘଟିଲା। ଉଡ଼ନ୍ତା ଥାଳି ଦେଖିଥିବା ସ୍ଥାନୀୟ ଲୋକ କହିଲେ। ନାସା ଗବେଷକ ଏଠାକୁ ଆସିବା ପରେ ସେମାନେ ମଧ୍ୟ ପ୍ରତକ୍ଷ୍ୟଦର୍ଶୀ ହୋଇଥିଲେ। ଏବେ ସୁଦ୍ଧା ଏଲିଅନ୍ଙ୍କ ନିକଟରୁ ସଙ୍କେତ ମିଳିଛି କି ନାହିଁ, ତାହା ଜଣାପଡ଼ିନି। ମିଳିଥିବା ଖବର ଅନୁସାରେ, ଏହି ସଂକ୍ରାନ୍ତରେ ନାସା ଅଧିକାଂଶ ତଥ୍ୟ ଗୋପନ ରଖୁଛି। ଥରେ, ଦୁଇଥର ନୁହେଁ, ବୋନ୍ସାଲ୍ ଗାଁ ପାଖାପାଖି ବହୁବାର ଉଡ଼ନ୍ତା ଥାଳି ଦେଖାଗଲାଣି। ଗାଁର ଦକ୍ଷିଣ ଭାଗରେ ବଡ଼ ଯାନଟେ ଓହ୍ଲାଇବାର ଚିହ୍ନ ବି ମିଳିଥିଲା। ନାସା ଗବେଷକ ସେଠୁ ତଥ୍ୟ ସଂଗ୍ରହ କରି ସାଧାରଣଜନତାଙ୍କୁ ବେଶୀ କିଛି ଜଣାଇ ନାହାନ୍ତି। ଏଲିଅନ୍ ଏଇ ଗାଁକୁ କାହିଁକି ଅଧିକ ପସନ୍ଦ କରୁଛନ୍ତି, ଅତି ଶୀଘ୍ର ଏ ବିଷୟରେ ଜଣାପଡ଼ିବ ବୋଲି ଆଶା କରାଯାଉଛି।
Popular Categories



