www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରେମିକାକୁ ହତ୍ୟା କରି ଖଟ ତଳେ ଲୁଚାଇଥିଲା ପ୍ରେମିକ

ମୁମ୍ବଇ : ମହାରାଷ୍ଟ୍ରର ନାଲାସୋପାରା ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ପ୍ରେମିକାକୁ ହତ୍ୟା କରି ମୃତଦେହ ଖଟ ତ​‌େ​‌ଳ ଲୁଚାଇ ରଖିଥିବା ଅଭିଯୋଗରେ ପ୍ରେମିକକୁ ଗିରଫ କରିଛି ପୁଲିସ। ପ୍ରେମିକର ନାମ ହାର୍ଦିକ ଶାହା (୩୦) ବୋଲି ଜଣାପଡ଼ିଛି। ତାକୁ ମଧ୍ୟପ୍ରଦେଶର ନାଗଡ଼ା ରେଳଷ୍ଟେସନରୁ ଗିରଫ କରାଯାଇଥିଲା।
ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ହାର୍ଦିକ ଓ ମେଘା ଟୋର୍ଭି (୪୦) ବିବାହ ନ କରି ଏକତ୍ର ରହୁଥିଲେ। ସେମାନେ ୨୦ ଦିନ ତଳେ ନାଲାସୋପାରା ଅଞ୍ଚଳରେ ଏକ ଘର ଭଡ଼ାସୂତ୍ରରେ ନେଇଥିଲେ। ନିଜକୁ ପତି-ପତ୍ନୀ ପରିଚୟ ଦେଇ ସେମାନେ ସେହି ଘରେ ରହି ଆସୁଥିଲେ। ତେବେ ଗତ ସୋମବାର କର୍ଣ୍ଣାଟକରେ ରହୁଥିବା ମେଘାଙ୍କ ଜଣେ ସମ୍ପର୍କୀୟ ଭଡ଼ା ଘର ଯୋଗାଡ଼ କରିଥିବା ସଞ୍ଜୀବ ଠାକୁରଙ୍କୁ ଫୋନ୍‌ କରି ଜଣାଇ ଥି‌ିଲେ ଯେ କିଛିସମୟ ପୂର୍ବରୁ ହାର୍ଦିକ ତାଙ୍କୁ ଫୋନ୍‌ କରିଥିଲା। ମେଘାକୁ ହତ୍ୟା କରିଥିବା ହାର୍ଦିକ ତାଙ୍କୁ କହିବା ସହ ନିଜେ‌ ଆତ୍ମହତ୍ୟା କରିବାକୁ ଯାଉଥିବା ଦର୍ଶାଇଥିଲା। ଏହି ଖବର ଶୁଣିବା ପରେ ସଞ୍ଜୀବ ତୁରନ୍ତ ଭଡ଼ା ଘରେ ପହଞ୍ଚିଥିଲା। ଭଡ଼ାଘର କବାଟ ବାହାର ପଟୁ ବନ୍ଦ ଥିବା ଦେଖି ସେ ହାର୍ଦିକକୁ ଫୋନ୍‌ କରିଥିଲେ ମଧ୍ୟ ତା’ ସହ ଯୋଗାଯୋଗ ହୋଇପାରିନଥିଲା। ଘଟଣା ସମ୍ପର୍କରେ ସଞ୍ଜୀବ ପୁଲିସକୁ ଜଣାଇଥିଲା। ପୁଲିସ ଆସି ଘର କବାଟ ଭାଙ୍ଗି ଖୋଜାଖୋଜି କରିବା ପରେ ମେଘାର ମୃତଦେହ ଖଟ ତଳୁ ବାହାରିଥିଲା। ଅଭିଯୁକ୍ତ ହାର୍ଦିକକୁ ଗିରଫ କରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଥିଲା। ହାର୍ଦିକ ପଶ୍ଚିମ ଏକ୍ସପ୍ରେସ୍‌ ଟ୍ରେନ୍‌ ଯୋଗେ ଯାତ୍ରା କରୁଥିବା ଜଣାପଡ଼ିବା ପରେ ନାଗଡ଼ା ରେଳଷ୍ଟେସନରୁ ତାକୁ ଗିରଫ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories