www.samajalive.in
Sunday, December 7, 2025
26.1 C
Bhubaneswar

ତ୍ରିପୁରାରେ ଆଜି ମତଦାନ

ନୂଆଦିଲ୍ଲୀ : ତ୍ରିପୁରା ବିଧାନସଭା ନିର୍ବାଚନ ନିମନ୍ତେ ଗୁରୁବାର ଭୋଟ ଗ୍ରହଣ ହେବ। ରାଜ୍ୟର ୬୦ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ରାଜ୍ୟର ମୋଟ ଭୋଟରଙ୍କ ସଂଖ୍ୟା ୨୮.୧୩ ଲକ୍ଷ। ଶୃଙ୍ଖଳିତ ମତଦାନ ନିମନ୍ତେ ୩୩୨୮ଟି ମତଦାନ କେନ୍ଦ୍ର ଖୋଲାଯାଇଥିବା ବେଳେ ୩୧ହଜାର କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିଯୁକ୍ତ କରାଯାଇଛି। ଏହା ସହିତ ୨୫ହଜାର ସୁରକ୍ଷା କର୍ମୀ ନିଯୁକ୍ତ କରାଯାଇଛି। ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହି ନିର୍ବାଚନରେ ମୋଟ ୨୫୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଥିରୁ ୨୦ଜଣ ମହିଳା ପ୍ରାର୍ଥୀ। ଏଠାରେ ବିଜେପି ୫୫ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ସହଯୋଗୀ ଆଇପିଏଫଟି ୫ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି ସିପିଆଇ(ଏମ୍) ୪୭ଟି ଆସନ ଓ ସହଯୋଗୀ କଂଗ୍ରେସ ୧୩ଟି ଆସନରେ ପ୍ରାର୍ଥୀ ଦେଇଛି। ତୃଣମୂଳ କଂଗ୍ରେସ ୨୮ଟି ଆସନରେ ପ୍ରାର୍ଥୀ ଦେଇଛି। ଏହା ସହିତ ୫୮ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ବାମଦଳର ୨୫ବର୍ଷ କ୍ଷମତାର ଅନ୍ତ ଘଟାଇ ୨୦୧୮ରେ ବିଜେପି ଏଠାରେ କ୍ଷମତା ଦଖଲ କରିଥିଲା। ମାର୍ଚ୍ଚ ୨ରେ ଭୋଟ ଗଣତି ହେବ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories