www.samajalive.in
Sunday, December 7, 2025
23.1 C
Bhubaneswar

ବିଜୁଳିବତି ଦେଖିନି ୩୬୩ ପଡ଼ାଗାଁ ; ଡିବିରି ଭରସାରେ ୧୯ହଜାର ୩୦୨ ପରିବାର

ନବରଙ୍ଗପୁର : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲା। ଏଠି ବିକାଶ ବହୁପଛରେ। ଦେଶ ସ୍ୱାଧୀନତାର ୭୫ବର୍ଷ ପାଳନ କରୁଛି। ଜିଲାରେ ଲୋକଙ୍କୁ ମିଳୁନି ମୌଳିକ ସୁବିଧା। ଜିଲାର ଦୁର୍ଗମ ଅଞ୍ଚଳର ଲୋକ ଦିନରେ ସୂର୍ଯ୍ୟ ଓ ରାତ୍ରିରେ ଚନ୍ଦ୍ରତାରା ଦେଖି ଜୀବନ ବିତାଉଛନ୍ତି। ଜିଲାର ଗୋଟିଏ କି ଦୁଇଟି ନୁହଁ ୩୬୩ ପଡ଼ାଗାଁରେ ଏବେ ମଧ୍ୟ ବିଦ୍ୟୁତ୍‌ ପହଞ୍ଚି ପାରିନି। ଏହି ସମସ୍ତ ପଡ଼ାଗାଁର ୧୯୩୦୨ ପରିବାର ଡିବିରି ଭରସାରେ ରହିଛନ୍ତି । ଯାହାକି ଅସତ୍ୟ ମନେ ହେଉଥିଲେ ହେଁ ବାସ୍ତବରେ ନିରାଟ ସତ୍ୟ। ଏହି ପଡ଼ାଗାଁବାସୀଙ୍କୁ ବିଦ୍ୟୁତ୍‌ ସାତସପନ ହୋଇଛି। ସରକାରଙ୍କ ବିକାଶକୁ ଅଟହାସ୍ୟ କରୁଛି। ଜିଲାରେ ୧୦ ବ୍ଲକରେ ୧୮୯ ପଞ୍ଚାୟତ ରହିଛି। ସେଥିରେ ୮୭୨ଟି ରାଜସ୍ୱ ଗ୍ରାମ ରହିଛି। ଜିଲାରେ ୨୭୭୦୦୦ ପରିବାର ବିଦ୍ୟୁତ୍‌ ଉପଭୋକ୍ତା ରହିଛନ୍ତି। ୧୯୩୦୨ ପରିବାର ବିଦ୍ୟୁତ୍‌ ସେବାରୁ ବଞ୍ଚିତ ହୋଇଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ୨୫ ପଡ଼ାଗ୍ରାମର ୧୦୮୫ ପରିବାର, ନନ୍ଦାହାଣ୍ଡି ବ୍ଲକର ୧୨ ଗ୍ରାମର ୨୨୦୧ ପରିବାର, ନବରଙ୍ଗପୁରର ୨୦ ଗ୍ରାମର ୧୪୧୮ ପରିବାର, ପାପଡ଼ାହାଣ୍ଡିର ୩୭ ଗ୍ରାମର ୭୧୧ ପରିବାର, କୋଷାଗୁମୁଡାର ୧୬ ପଡ଼ାଗ୍ରାମର ୧୧୭୮ ପରିବାର, ଡାବୁଗଁାର ୨୪ ପଡ଼ାଗ୍ରାମର ୧୫୭୫ ପରିବାର, ଉମରକୋଟର ୬୧ ପଡ଼ାଗ୍ରାମର ୪୦୧୨ ପରିବାର, ରାଇଘରର ୪୫ ପଡ଼ାଗ୍ରାମର ୪୫୧୭ ପରିବାର, ଝରିଗଁାର ୪୭ ପଡ଼ାଗ୍ରାମର ୧୦୦୨ ପରିବାର ଓ ଚନ୍ଦାହାଣ୍ଡିର ୭୬ ପଡ଼ାଗ୍ରାମର ୧୬୦୩ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରିନି। ଯାହା କି ସରକାରଙ୍କର ବିଧି ବ୍ୟବସ୍ଥାକୁ ଉପହାସ କରୁଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଅଭାବରୁ ଏହି ଗ୍ରାମଗୁଡିକରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ପ୍ରଭାବିତ ହେଉଛି। ଲୋକେ‌ ବିଦ୍ୟୁତ ଅଭାବରୁ ବିକାଶର ବହୁ ପଛରେ ରହିଥିବାବେଳେ ଏଥିପ୍ରତି ଦୀର୍ଘବର୍ଷଧରି କାହାର ନିଘା ନାହିଁ। ଏହି ସମସ୍ୟା ପ୍ରତି ବିଶେଷ କରି ନିର୍ବାଚିତ ହୋଇଥିବା ଲୋକ ପ୍ରତିନିଧିମାନେ କିଭଳି ନୀରବ ରହୁଛନ୍ତି ତାହା ଆଶ୍ଚର୍ଯ୍ୟ କରିଛି। କେବଳ ଜିଲାସ୍ତରୀୟ ବୈଠକରେ ଆଲୋଚନା କରି ଦାୟିତ୍ୱ ଶେଷ କରୁଥିବାବେଳେ କିଭଳି ଅଞ୍ଚଳର ବିକାଶ ହୋଇ ପାରିବ ସେଥିପ୍ରତି ଆନ୍ତରିକତାର ଘୋର ଅଭାବ ପରିଲକ୍ଷିତ ହେଉଛି। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗକୁ ଯୋଗଯୋଗ କରାଯିବାରୁ ଜିଲାର ୩୬୩ ପଡ଼ାଗ୍ରାମକୁ କିଭଳି ବିଦ୍ୟୁତ୍‌ ସଂଯୋଗ କରାଯିବ। ସେଥିପାଇଁ କମ୍ପାନୀ ପକ୍ଷରୁ ସର୍ଭେ କରାଯାଇ ଟେଣ୍ଡର କରାଯିବ ବୋଲି କୁହାଯାଇଛି। ବର୍ଷବର୍ଷଧରି କିଭଳି ବିଦ୍ୟୁତ ସଂଯୋଗ ହୋଇ ପାରୁନି ତାହା ଚିନ୍ତାର ବିଷୟ ପାଲଟିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories