Patra electronics

ଓଡ଼ିଶା କୁଡୁମୀ ସେନାର ଜାତ୍ ଏକତା ଅଭିଯାନ

ପାଟଣା :  ଓଡ଼ିଶା କୁଡୁମି ସେନା ପକ୍ଷରୁ କେନ୍ଦୁଝର ଜିଲ୍ଲା ମହିଳା ସଭା ନେତ୍ରୀ ମଧୁଶ୍ମିତା ମହାନ୍ତଙ୍କ ତତ୍ତ୍ୱାବଧାନରେ ପାଟଣା ବ୍ଲକ୍ ଯମୁନାପଶି ଗ୍ରାମପଞ୍ଚାୟତରେ ଜାତି ଏକତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ିଶା କୁଡୁମି ସେନାର ରାଜ୍ୟ ସଭାପତି ଦିବ୍ୟସିଂହ ମହାନ୍ତ ଉପସ୍ଥିତ ରହି ଜାତି ଏକତା ଅଭିଯାନର ପ୍ରାରମ୍ଭ କରିଥିଲେ ଏବଂ ଯମୁନାପଶି ପଞ୍ଚାୟତସ୍ତରୀୟ କମିଟି ଗଠନ କରି ସର୍ବସମ୍ମତି କ୍ରମେ ଦାୟୀତ୍ୱ ପ୍ରଦାନ କରିଥିଲେ । ଏହି ସଭାରେ ଓଡ଼ିଶା କୁଡୁମି ସେନାର ରାଜ୍ୟ ଉପସଭାପତି ମିତ୍ର ଭାନୁ ମହାନ୍ତ, କେନ୍ଦୁଝର ଜିଲ୍ଲା ପ୍ରତିନିଧି ତ୍ରିଲୋଚନ ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ସଭାପତି ପି. ମହାନ୍ତ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ବିହାରୀ ମହାନ୍ତ, ରତ୍ନାକର ମହାନ୍ତ, ଯୁବ ସଂପାଦକ ବିଶ୍ୱଜିତ ମହାନ୍ତ, ପାଟଣା ବ୍ଲକ୍ ସଭାନେତ୍ରୀ ରଙ୍ଗିଲତା ମହାନ୍ତ, ହରିଚନ୍ଦନପୁର ବ୍ଲକ୍ ସଭାପତି ବିଶ୍ବମ୍ବର ମହାନ୍ତ, ପାଟଣା ବ୍ଲକ୍ ସଭାପତି ତ୍ରିନାଥ ମହାନ୍ତ,ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ରାଜ୍ୟ ଉପଦେଷ୍ଟା ସଦସ୍ୟ ଭେରବ ଚନ୍ଦ୍ର ମହାନ୍ତ ସଭା ପରି ଚାଳନା କରିଥିଲେ । ଏହି ଜାତି ଏକତା ଅଭିଯାନ କାର୍ଯ୍ୟକ୍ରମ ଝୁମର ନାଚ ଗୀତରେ ଝୁମି ଉଠିଥିଲା ଏବଂ ଯମୁନାପଶି ପଞ୍ଚାୟତ ର ଜଳଧର ମହାନ୍ତ, କୃଷ୍ଣ ଚନ୍ଦ୍ର ମହାନ୍ତ, ଶରତ ଚନ୍ଦ୍ର ମହାନ୍ତ ,କମଳ ଲୋଚନ ମହାନ୍ତ, କ୍ଷୀରଦ ଚନ୍ଦ୍ର ମହାନ୍ତ ,ଅଜୟ କୁମାର ମହାନ୍ତ,ଜଗନ୍ନାଥ ମହାନ୍ତ,ପ୍ରଫୁଲ ମହାନ୍ତ ଲକ୍ଷଣ ମହାନ୍ତ, ପଟେଲ କୁମାର ମହାନ୍ତ,ସହଯୋଗ କରିଥିଲେ।

Comments are closed.