ମହାବୀର କ୍ଲବ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର
ଆଠଗଡ଼ : ଆଠଗଡ଼ ସହର ଅନ୍ତର୍ଗତ ବାଣୀକଣ୍ଠ ନଗରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାବୀର କ୍ଲବ ଆନୁକୂଲ୍ୟରେ କଟକ ସିଡ଼ିଏସ୍ଥିତ ମଡର୍ଣ୍ଣ ଆଇ କେୟାର ଚିକିତ୍ସାଳୟ ସହଯୋଗରେ ରବିବାର ଏକ ମାଗଣା ଚକ୍ଷୁ ପରିକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସମାଜସେବୀ ଶିଶିର ପ୍ରସାଦ ମାନସିଂହଙ୍କର ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ନଗରପାଳ ସସ୍ମିତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ସମ୍ମାନୀତ ବକ୍ତା ଭାବେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲୋକନାଥ ମହାପାତ୍ର, ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିରଞ୍ଜନ ସାମନ୍ତରାୟ, କାଉନସିଲର ମାମିନା ଦଳାଇ, ଶିକ୍ଷାବିତ୍ ତ୍ରିଲୋଚନ ଦାଶ, ବାଣୀକଣ୍ଠ ନଗରର ସଭାପତି ନିଳାଦ୍ରୀ ସାହୁ ପ୍ରମୁଖ ଯୋଗଦେଇ ଚକ୍ଷୁ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ଏହାର ଉପଯୁକ୍ତ ଯତ୍ନନେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ବାଣୀକଣ୍ଠ ନଗରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଆୟୋଜିତ ଏହି ଶିବିରରେ ମୋଟ ୧୫୦ ଲୋକଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଦିଆଯାଇଥିବା ବେଳେ ମୋତିଆବିନ୍ଦୁ ଚିହ୍ନଟ ହୋଇଥିବା ୧୫ଜଣଙ୍କ ଅପରେସନ ପାଇଁ ମଡର୍ଣ୍ଣ ଆଇ କେୟାର ପକ୍ଷରୁ କଟକ ନିଆଯିବାର ବ୍ୟବସ୍ଥା କରାଯାଇଥିଲା। ବାଣୀକଣ୍ଠ ନଗରର ମୁରବୀ ଶ୍ରେଣୀର ଆଇନଜୀବୀ ଅନିଲ କୁମାର ମହାପାତ୍ର, ରମେଶ ଚନ୍ଦ୍ର ନାୟକଙ୍କ ସମେତ ଆୟୋଜକ କ୍ଲବର ସମ୍ପାଦକ ବିଶ୍ୱ ରଞ୍ଜନ ରାଉତରାୟ, ବିକାଶ ରଞ୍ଜନ ପଣ୍ଡା, ନିକୁଞ୍ଜ କିଶୋର ପରିଡ଼ା, ବିଶ୍ୱଜିତ୍ ମିଶ୍ର, ରାଜେନ୍ଦ୍ର ରାୟ, ବୈକୁଣ୍ଠ ନାଥ ସାହୁ, ସୁନିଲ ଦାସ ଓ ପ୍ରବିର ମାନସିଂହ ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
Comments are closed.