ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ପ୍ରଥମ ଭାଗ ଉଦ୍ଘାଟନ କଲେ ମୋଦୀ: କହିଲେ- ଏହା ବିକଶିତ ଭାରତର ଚିତ୍ର
ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ଦିଲ୍ଲୀ-ଦଉସା-ଲାଲସୋଟ ଭାଗକୁ ଉଦ୍ଘାଟନ କରିଛନ୍ତି। ଏଥି ସହ ରାଜସ୍ଥାନର ଦଉସାଠାରେ ୧୮,୦୦୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦଉସାରେ ଏକ୍ସପ୍ରେସ ୱେର ପ୍ରଥମ ଭାଗ ଉଦଘାଟନ କରି ପିଏମ୍ ମୋଦୀ କାର୍ଯ୍ୟକ୍ରମକୁ ସମ୍ବୋଧିତ ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ୯ ବର୍ଷ ଧରି କେନ୍ଦ୍ର ସରକାର ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି। ରାଜସ୍ଥାନ ଏହି ବିନିଯୋଗରୁ ବହୁତ ଲାଭବାନ୍ ହେବାକୁ ଯାଉଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ପ୍ରଥମ ଭାଗକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ମୁଁ ଅତ୍ୟନ୍ତ ଗର୍ବିତ। ଏହା ଦେଶର ସବୁଠାରୁ ବଡ଼ ଏବଂ ଆଧୁନିକ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ। ବିକଶିତ ଭାରତର ଏହା ଆଉ ଏକ ବଡ଼ ଚିତ୍ର। ମୁଁ ଦଉସା ବାସିନ୍ଦା ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଚଳିତ ବର୍ଷର ବଜେଟରେ ଆମେ ଭିତ୍ତିଭୂମି ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛୁ।
Comments are closed.