ଜିଲ୍ଲା ଇ-ପାଠାଗାରର ୫ମ ପ୍ରତିଷ୍ଠା ଦିବସ ପାଳନ

ଫୁଲବାଣୀ: ସମନ୍ୱିତ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦ୍ୱାରା ପ୍ରତିଷ୍ଠିତ ଜିଲ୍ଲା ଇ-ପାଠାଗାରର ୫ମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ସମନ୍ୱିତ ଉନ୍ନୟନ ସଂସ୍ଥାର ପୂର୍ବତନ ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ କହିଛନ୍ତି, ମଣିଷର ଅଧିକ କ୍ଷତି ସେତେବେଳେ ହୋଇଥାଏ ଯେତେବେଳେ ସେ ତା’ର ଚିନ୍ତା ଓ ଚେତନାକୁ ନିୟନ୍ତ୍ରଣ କରିପାରେନି। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଠ ଆଇନଜୀବୀ ବିଜୟକୃଷ୍ନ ପଟ୍ଟନାୟକ , ପଲିଟେକ୍ନିକ୍‌‌ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ସାମାଜିକ ଅନୁଷ୍ଠାନ ସ୍ୱାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା , ସରକାରୀ ସ୍ୱୟଂଚାଳିତ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋର୍ତିମୟୀ କହଁର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ଏହି ଇ-ପାଠାଗାର ସହିତ ଯୋଡ଼ି ହେବା ଉପରେ ଗୁରୁତ୍ୱ ଦେଇଥିଲେ। ଏଠାରେ ଅଧ୍ୟୟନ କରି ସଫଳ ହୋଇଥିବା ପାଠକ ପାଠିକାମାନେ ସେମାନଙ୍କ ସଫଳ କାହାଣୀ ଉପରେ ବର୍ଣ୍ଣନା କରିଥିଲେ। ଇ-ପାଠାଗାରର ଗ୍ରନ୍ଥାଗାରିକ ଶିବ ସୁନ୍ଦର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ ସହିତ ପାଠାଗାରରେ ପଢ଼଼ୁଥିବା ପିଲାମାନଙ୍କ ମଧ୍ୟରୁ ପ୍ରାୟ ୭୦ ଜଣ ଶିକ୍ଷକରୁ ଆରମ୍ଭ କରି ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଥିବା ନେଇ ସୂଚନା ଦେଇଥିଲେ। ବୈଦ୍ୟନାଥ ଖଟୁଆ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଅତିଥିମାନଙ୍କ ଦ୍ୱାରା ପାଠାଗାରକୁ ବହି ଦାନ କରିଥିବା ସଦସ୍ୟ ସଦସ୍ୟା ଓ ଶୃଙ୍ଖଳିତ ଭାବରେ ଅଧ୍ୟୟନ କରୁଥିବା ପାଠକ ପାଠିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.