www.samajalive.in
Tuesday, December 9, 2025
26.1 C
Bhubaneswar

‘ମାଇକ୍ରୋମାକ୍ସ ସ୍ପାର୍କ ଗୋ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଭାରତୀୟ ମୋବାଇଲ କମ୍ପାନୀ ‘ମାଇକ୍ରୋମାକ୍ସ ସ୍ପାର୍କ ଗୋ’ ନାମକ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଏହି ଫୋନକୁ ଆଣ୍ଡ୍ରଏଡ ଗୋ ଏଡିସନ ସହିତ ଲଞ୍ଚ କରାଯାଇଛି। ଏହି ଫୋନର ମୂଲ୍ୟ ମାତ୍ର ୩,୯୯୯ ଟଙ୍କା। ଅକ୍ଟୋବର ୨୬ ତାରିଖରୁ ଫ୍ଲିପକାର୍ଟରେ ଏହାର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ କିଣିଲେ ଆପଣ ଜିଓ ତରଫରୁ ୨୫ ଜିବି ଡାଟା ପାଇପାରିବେ। ଏଥିରେ ଡୁଆଲ ସିମ୍‍ ସହିତ ଆଣ୍ଡ୍ରଏଡ ଓରିୟୋର ଗୋ ଏଡିସନ ଦିଆଯାଇଛି। ଏହାବ୍ୟତୀତ ଫୋନରେ ୫ଇଞ୍ଚ୍‍ର ଏଫଡବ୍ଲୁଭିଜିଏ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୪୮୦/୮୫୪ ପିକ୍ସଲ। ଏହି ଫୋନରେ ସ୍ପିଡଡ୍ରମର ଏସ୍‍ସି୯୮୩୨ଇ ପ୍ରୋସେସର, ଗ୍ରାଫିକ୍ସ ପାଇଁ ମାଲି ଟି୭୨୦ ଜିପିୟୁ, ୧ ଜିବି ରାମ ଏବଂ ୮ ଜିବି ଷ୍ଟୋରେଜ ରହିିଛି। ଯାହାକୁ ୩୨ ଜିବି ପର୍ଯ୍ୟନ୍ତ ବଢାଇପାରିବେ।
‘ମାଇକ୍ରୋମାକ୍ସ ସ୍ପାର୍କ ଗୋ’ର କ୍ୟାମେରା ବିଷୟରେ କହିଲେ ଏଥିରେ ୨ମେଗାପିକ୍ସେଲର ଆଗପଟ କ୍ୟାମେରା ଏବଂ ୫ ମେଗାପିକ୍ସେଲର ରିୟର କ୍ୟାମେରା ଦିଆଯାଇଛି। ଉଭୟ କ୍ୟାମେରା ସହିତ ପ୍ଲାସଳାଇଟର ସୁବିଧା ରହିଛି। ଏଥିରେ ୨୦୦୦ଏମ୍‍ଏଚର ବ୍ୟାଟେରୀ ରହିଛି ଏବଂ ସଂଯୋଗ ପାଇଁ ଏଥିରେ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୪.୦, ଜିପିଏସ୍‍, ମାଇକ୍ରୋ ୟୁଏସବି ପୋର୍ଟ ଏବଂ ୩.୫ଏମ୍‍ଏମର ହେଡଫୋନ ଜ୍ୟାକ ଦିଆଯାଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories