ମହାରାଷ୍ଟ୍ର ଓ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ମହାରାଷ୍ଟ୍ରର ନାସିକରେ ଆଜି ଭୂକମ୍ପ ଝଟକା ଅନୁଭବ ହୋଇଛି । ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଭୂକମ୍ପର ଝଟକା ଭୋର ୪ଟା୦୪ରେ ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ କରାଯାଇଛି । ଏଥିରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ସୂଚନା ମିଳିଛି ।
ସେହିପରି ଅରୁଣାଞ୍ଚଳ ପ୍ରଦେଶରେ ମଧ୍ୟ ଆଜି ସକାଳ ୭ଟା ୦୧ରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୮ ରେକର୍ଡ କରାଯାଇଛି । ଭୂକମ୍ପର ଗଭୀରତା ଭୂମି ଠାରୁ ୧୦ କିଲୋମିଟର ଗଭୀର ବୋଲି ଜଣାପଡିଛି । ଭୂକମ୍ପ ଅରୁଣାଞ୍ଚଳ ପ୍ରଦେଶର ବସର ରୁ ୫୮ କିମି ଉତ୍ତର-ପଶ୍ଚିମ-ଉତ୍ତରରେ ଅନୁଭବ ହୋଇଥିଲା ।

 

Comments are closed.