ଭୂକମ୍ପରେ ଥରିଲା ଚିଲି
ନୂଆଦିଲ୍ଲୀ : ଭୂକମ୍ପ ଝଟକାରେ ଥରିଲା ଚିଲି । ଦକ୍ଷିଣ ଆମେରିକାର ଚିଲିରେ ଭୀଷଣ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଭୂକମ୍ପର ଗଭୀରତା ଭୂମି ଠାରୁ ୧୨୮ କିଲୋମିଟର ଗଭୀର ଥିଲା ବୋଲି ଜଣାପଡିଛି । ତେବେ ଭୂମିକମ୍ପ ପରେ ସୁନାମୀ ନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ । ତେବେ ଏଯାଏଁ ଏଥିରେ ଧନ ଜୀବନର କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳି ପାରି ନାହିଁ ।
ଦେଖନ୍ତୁ ଭିଡିଓ; ବଟର ମିଲ୍କରେ ପୋକ ସାଲୁବାଲୁ, କମ୍ପାନୀ ମାଗିଲା କ୍ଷମା…
Comments are closed.