ବିଇଓ ଅଫିସରେ ପଶିଲା ବର୍ଷା ପାଣି
ସମାଜ ଡିଜିଟାଲ ଡେସ୍କ: ଜଳବନ୍ଦୀରେ କଣାସ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ । ଅସରାଏ ବର୍ଷା ହେଲେ ପୁରୀ ଜିଲା କଣାସ ବ୍ଲକରେ ଥିବା ବିଇଓ ଅଫିସରେ ଆଣ୍ଠୁୁଏ ପାଖାପାଖି ପାଣି ଜମୁଛି । ଫଳରେ କର୍ମଚାରୀ ଓ ଅଧିକାରୀମାନେ କାର୍ଯ୍ୟାଳୟକୁ ଆସିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ପ୍ରତ୍ୟେକ ଥର ବର୍ଷା ହେବା ପରେ ଏଭଳି ସମସ୍ୟା ଦେଖାଯାଇଥାଏ । ହେଲେ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ବର୍ଷା ପାଣି ପଶିବାରୁ ବିଇଓ ଅଫିସ୍ ଜଳମଗ୍ନ ହୋଇଛି । ତୁରନ୍ତ ଜଳବନ୍ଦୀ ସମସ୍ୟା ଦୂର କରିବାକୁ ଦାବି ହୋଇଛି ।
Comments are closed.