www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରାବଣ ମାସ: ଜାଣନ୍ତୁ କାଉଡିଆ କାହିଁକି କୁହନ୍ତି ବୋଲ୍‌ ବମ୍‌..

ଶ୍ରାବଣ ମାସ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି । ଶ୍ରାବଣ ମାସରେ କାଉଡିଆ ମାନେ ଶୈବ ପୀଠକୁ ଯାଇ ମହାଦେବଙ୍କୁ ଜଳ ଅର୍ପଣ କରି ଥାଆନ୍ତି । ମାତ୍ର ନିଶ୍ଚୟ ଦେଖିଥିବେ କାଉଡିଆ ମାନେ ବୋଲ୍‌ ବମ୍‌, ବମ୍‌ ଭୋଲେ କହି କହି ନିଜ ଯାତ୍ରା କରି ଥାଆନ୍ତି । ମାତ୍ର ଏପରି କହିବାର କାରଣ କ’ଣ ଜାଣନ୍ତୁ..

ଚଳିତ ବର୍ଷ ଶ୍ରାବଣ ମାସ ୨୨ ଜୁଲାଇ ୨୦୨୪ରେ ଆରମ୍ଭ ହେବ । ଶ୍ରାବଣ ମାସରେ କାଉଡିଆ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ପାଦରେ ଚାଲି ଚାଲି ଜଳ ଅର୍ପଣ କରି ଥାଆନ୍ତି । ଶ୍ରାବଣର ଶିବରାତ୍ରୀରେ ମଧ୍ୟ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ ।
କାଉଡିଆ ମାନେ ଯାତ୍ରା ସମୟରେ ବମ୍‌ ବମ୍‌ ଭୋଲେ କହିଥାଆନ୍ତି । ବୋଲ୍‌ ବମ୍‌ କହିଥାଆନ୍ତି । ମାନ୍ୟତା ଅନୁଯାୟୀ ଏପରି କହିବା ଦ୍ୱାରା ଚାଲି କରି ଯାତ୍ରା କରିବା ସମୟରେ କଷ୍ଟ ଅନୁଭବ ହୋଇନଥାଏ । ଭୋଳାଶଙ୍କର କାଉଡିଆଙ୍କ ଯାତ୍ରା ମଙ୍ଗଳମୟ କରି ଥାଆନ୍ତି।

- Advertisement -

ବୋଲ୍‌ ବମ୍‌ ଶବ୍ଦରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଓ ଓଁମକାରର ପ୍ରତୀକ ବୋଲି କୁହାଯାଏ । ଏହା ଏକ ସିଦ୍ଧ ମନ୍ତ୍ର । ଏହାକୁ ଗାନ କରିବା ଦ୍ୱାରା ଶ୍ରଦ୍ଧାଳୁ ନିକଟରେ ଏକ ଶକ୍ତି ଆସିଥାଏ।

୭୨ ବର୍ଷ ପରେ ଶ୍ରାବଣରେ ଦୁର୍ଲ୍ଲଭ ଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ ହିଁ ଧନ,ଚାକିରି..

କୁହାଯାଏ ଯେଉଁ ସମୟରେ ପ୍ରଭୁ ହନୁମାନଙ୍କୁ ଶକ୍ତିର ଆବଶ୍ୟକତା ହୋଇଥାଏ, ସେ ରାମ ନାମ ଜପ କରନ୍ତି । ସେହିପରି କାଉଡିଆ ମାନେ ଥକି ପଡିଲେ ଓ ଅନ୍ୟ କାଉଡିଆଙ୍କୁ ଥକ୍କା ନଲାଗିବା ପାଇଁ ବୋଲ୍‌ ବମ୍‌ କହି ଥାଆନ୍ତି।

୨ ଅଗଷ୍ଟ ୨୦୨୪ରେ ଶ୍ରାବଣ ଶିବରାତ୍ରୀ । ଏହି ଦିନ ଜଳାଭିଷେକ କରିବା ସହ ପୂଜାଚ୍ଚର୍ନା କଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ।
ଚଳିତ ବର୍ଷ ୧୯ ଅଗଷ୍ଟ ୨୦୨୪ରେ ଶ୍ରାବଣ ମାସ ଶେଷ ହେବ । ଚଳିତ ବର୍ଷ ୫ଟି ଶ୍ରାବଣ ସୋମବାର ପାଳନ ହେବ। ଏଥିରେ ଶ୍ରାବଣ ସୋମବାର, ପ୍ରଦୋଷ ବ୍ରତ, ଶ୍ରାବଣ ଶିବରାତ୍ରୀରେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ବେଲପତ୍ର ଅର୍ପଣ କରିବା ସହ ଜଳାଭିଷେକ କରିବା ଦ୍ୱାରା ଶୁଭଫଳ ଓ ସଫଳତା ପ୍ରାପ୍ତି ହୋଇଥାଏ ।

ଶ୍ରାବଣ ମାସ : ବାସ୍‌ ଏହି ସରଳ ଉପାୟ ଦୂର କରିବ ବିବାହ ଠାରୁ ଚାକିରି, ସ୍ୱାସ୍ଥ୍ୟ ସମସ୍ୟା..

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories