www.samajalive.in
Wednesday, December 10, 2025
14.1 C
Bhubaneswar

୭୨ ବର୍ଷ ପରେ ଶ୍ରାବଣରେ ଦୁର୍ଲ୍ଲଭ ଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ ହିଁ ଧନ,ଚାକିରି..

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଖୁବ୍ ପବିତ୍ର ମାସ ବୋଲି କୁହାଯାଏ। ଏହି ମାସ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ। ତେଣୁ ଏହି ମାସରେ ଭଗବାନ ଶିବଶଙ୍କରଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ବ୍ରତ ପାଳନ ମଧ୍ୟ କରାଯାଏ। ଏହାସହ ଶ୍ରାବଣ ମାସର ସୋମବାରର ମଧ୍ୟ ଖୁବ ମହତ୍ତ୍ୱ ରହିଛି।

ପଞ୍ଜିକା ଅନୁସାରେ ଚଳିତ ବର୍ଷ ଶ୍ରାବଣ ମାସର ଆରମ୍ଭ ୨୨ ଜୁଲାଇ ୨୦୨୪ରେ ଆରମ୍ଭ ହେବ। ଏହା ୧୯ ଅଗଷ୍ଟ ୨୦୨୪ରେ ଶେଷ ହେବ। ଏହି ବର୍ଷ ଶ୍ରାବଣ ମାସ ୨୯ ଦିନର। ଜ୍ୟୋତିଷ ଗଣନା ଅନୁସାରେ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ଉପରେ ଭଗବାନ ଶିବଶଙ୍କରଙ୍କର ବିଶେଷ କୃପା ରହିବ କାରଣ ଏହି ବର୍ଷ ଅନେକ ଶୁଭ ଓ ଦୁର୍ଲ୍ଲଭ ଯୋଗରେ ଶ୍ରାବଣ ମାସର ଆରମ୍ଭ ହେଉଛି।

- Advertisement -

ଏହି ମାସରେ ଏଭଳି ଯୋଗ ସୃଷ୍ଟି ହେବ ଯାହା ଏହି ମାସର ମହତ୍ତ୍ୱକୁ ଦ୍ୱିଗୁଣିତ କରି ଦେବ। ଏଭଳି ଦୁର୍ଲ୍ଲଭ ସଂଯୋଗ ୭୨ ବର୍ଷ ପରେ ହେବାକୁ ଯାଉଛି ବୋଲି କୁହାଯାଉଛି। ଶ୍ରାବଣ ମାସର ଆରମ୍ଭ ସୋମବାର ଦିନ ହେଉଛି। ଏହାର ଶେଷ ମଧ୍ୟ ସୋମବାର ହେଉଛି। ଶ୍ରାବଣ ମାସର ପ୍ରଥମ ଦିନ ସୋମବାରରେ ପ୍ରୀତି ଯୋଗ, ଆୟୁଷ୍ମାନ ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗ ହେବ। ଏହି ଶୁଭ ଯୋଗ କାରଣରୁ ଚଳିତ ବର୍ଷର ଶ୍ରାବଣ ମାସ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଓ ଶୁଭଙ୍କର।

ପ୍ରୀତି ଯୋଗ- ୨୧ ଜୁଲାଇ ୨୦୨୪ ରାତି ୧୧ଟା ୧୧ ମିନିଟ୍ ରୁ ପରଦିନ ୨୨ ଜୁଲାଇ ୨୦୨୪ ରାତି ୮ଟା ୫୦ ମିନିଟ୍ ପର୍ଯ୍ୟନ୍ତ।

ସିଦ୍ଧି ଯୋଗ – ୨୨ ଜୁଲାଇ ୨୦୨୪ ସାରା ଦିନ

ଆୟୁଷ୍ମାନ ଯୋଗ- ୨୨ ଜୁଲାଇ ୨୦୨୪ ରାତି ୮ଟା ୫୦ ମିନିଟ୍ ରୁ ପରଦିନ ପର୍ଯ୍ୟନ୍ତ

ଶ୍ରାବଣ ମାସରେ ହେବାକୁ ଥିବା ଏହି ଶୁଭ ଯୋଗର ସକରାତ୍ମକ ପ୍ରଭାବ ଅନେକ ରାଶି ଉପରେ ପଡିବ। ଏହି ରାଶିଙ୍କ ଉପରେ ଭଗବାନ ଶିବଙ୍କ ବିଶେଷ କୃପା ରହିବ। ଜୀବନରେ ଥିବା ସମସ୍ୟାରୁ ମୁକ୍ତିି ମିଳିବ। ଜାଣନ୍ତୁ ଶ୍ରାବଣ ମାସରେ କେଉଁ ରାଶିଙ୍କ ଜୀବନରେ ଖୁସି ହିଁ ଖୁସି ଆସିବ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶ୍ରାବଣ ମାସ ଖୁବ୍ ଶୁଭଙ୍କର। ଜୀବନରେ ଖୁସିର ଆଗମନ ହେବ। ଧନ ମିଳିବ। ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ।

ସିଂହ – ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ମାସ ବେଶ ଶୁଭଙ୍କର। ଆପଣଙ୍କ କର୍ମକ୍ଷେତ୍ର ଓ ବ୍ୟବସାୟରେ ସଫଳତା ମିଳିବ। ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ। ଅଟକି ଥିବା କାମରେ ସଫଳତା ମିଳିବ।

ତୁଳା – ତୁଳା ରାଶି ବ୍ୟକ୍ତି ବିଶେଷ ଶ୍ରାବଣ ମାସରେ ଧନ, ଯାନ ଓ ଭୂମି କିଣିବାର ସୁଯୋଗ ପାଇବେ। ଟଙ୍କା ସହ ଜଡିତ ଥିବା ସମସ୍ୟା ମଧ୍ୟ ଦୂର ହେବ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶ୍ରାବଣ ମାସ କୌଣସି ବରଦାନରୁ କମ୍ ନୁହେଁ। ସମସ୍ତ ଇଚ୍ଛା ଆପଣଙ୍କ ପୂରଣ ହେବା ସହ ସଫଳତା ହାସଲ କରିବେ। ମାନ-ସମ୍ମାନ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories