www.samajalive.in
Saturday, December 6, 2025
16.1 C
Bhubaneswar

ଜ୍ୟାକଲିନଙ୍କୁ ଜେରା: ୨୦୦କୋଟିର ଅର୍ଥ ହେରଫେର ମାମଲାରେ ପୁଣି ପଚରାଉଚରା

ମୁମ୍ବଇ: ୩୮ବର୍ଷୀୟ ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ୍‍ ଫର୍ଣ୍ଣାଣ୍ଡିଜ୍‍ଙ୍କ ପାଇଁ ଅଡୁଆ ବଢିଛି । ସୁକେଶ ଚନ୍ଦ୍ରଶେଖରଙ୍କ ସହି ଜଡିତ ଥିବା ୨୦୦କୋଟିର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ପୁଣି ଥରେ ପଚରାଉଚରା ପାଇଁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜୁଲାଇ ୧୦ ତାରିଖରେ ଜେରା ପାଇଁ ଡକରା ହୋଇଥିବାରୁ ଇଡ଼ି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଜ୍ୟାକଲିନ୍‍ । ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଇଡ଼ି ଦାଖଲ କରିଥିବା ଚାର୍ଜସିଟରେ କୁହାଯାଇଥିଲା ଯେ ସୁକେଶଙ୍କ ଠକେଇ ସମ୍ପର୍କରେ ଜ୍ୟାକଲିନ୍‍ ପୂର୍ବରୁ ଜାଣିଥିଲେ । ସେ ସୁକେଶଙ୍କ ଅପରାଧିକ ଇତିହାସ ସମ୍ପର୍କରେ ଭଲ ଭାବରେ ଅବଗତ ଥିଲେ । ଏସମ୍ପର୍କରେ ଜ୍ୟାକଲିନଙ୍କୁ ପଚରାଉଚରା କରିବ ଇଡି । ଅର୍ଥ ହେରଫେର ମାମଲାରେ ସୁକେଶ ଓ ଜ୍ୟାକଲିନଙ୍କ ବିରୋଧରେ ଇଡି ଏକ ଚାର୍ଜସିଟ ଦାଖଲ କରିସାରିଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories