www.samajalive.in
Saturday, December 6, 2025
16.1 C
Bhubaneswar

ପଡିଗଲେ ବଡଠାକୁର: ଏହା ଏକ ଅକ୍ଷମଣୀୟ ତ୍ରୁଟି-ବିଜେଡି

ଭୁବନେଶ୍ୱର: ଆଡପ ମଣ୍ଡପ ବିଜେ ବେଳେ ବଡଠାକୁର ଶ୍ରୀବଳଭଦ୍ର ପଡିଯିବା ଘଟଣାରେ ବିଜେଡି ପ୍ରତିିକ୍ରିୟା ରଖିଛି । ଏହା ଏକ ଅକ୍ଷମଣୀୟ ତ୍ରୁଟି ବୋଲି କହିଛି ବିଜେଡି । ଭୁବନେଶ୍ୱର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସ ପ୍ରେସମିଟ୍‍ କରି ଏହି ଅଘଟଣ ସାଢେ ୪କୋଟି ଓଡ଼ିଆଙ୍କୁ ଆଘାତ ଦେଇଥିବା କହିଛନ୍ତି । ଏଭଳି ତ୍ରୁଟି ଅକ୍ଷମଣୀୟ । ଏଭଳି ଅଭାବନୀୟ ଘଟଣାକୁ ନେଇ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ମନ୍ତବ୍ୟ ଆହୁରି ମର୍ମାହତ କରୁଛି । ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା ସମସ୍ତଙ୍କୁ ବ୍ୟଥିତ କରିଛି । ଏହାକୁ ମହାପ୍ରଭୁଙ୍କ ଇଚ୍ଛା ବୋଲି କହିବା ଅତ୍ୟନ୍ତ ଦୁଃଖଦାୟକ । ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ସରକାରଙ୍କୁ ଅନୁରୋଧ କରୁଛୁ ନୀଳାଦ୍ରି ବିଜେ ଯାଏଁ ସବୁ କାମ ସୂଚାରୁ ଭାବେ କରନ୍ତୁ । ରଥଯାତ୍ରାରେ ଯେପରି ଆଉ କିଛି ସମସ୍ୟା ବା ବିଭ୍ରାଟ ଦେଖାନଯାଉ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories