ବଡଠାକୁର ମୁହଁ ମାଡି ପଡିବା ଘଟଣା: ମନ୍ତ୍ରୀ କହିଲେ ଏହା ଏକ ସାମାନ୍ୟ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ

ପୁରୀ: ତାଳଧ୍ୱଜ ରଥରୁ ଆଡପ ମଣ୍ଡପକୁ ପହଣ୍ଡି ବିଜେ ବେଳେ ବଡଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ମୁର୍ହମାଡି ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିନନ୍ଦନ । ମନ୍ତ୍ରୀ ଏହାକୁ ଏକ ସାମାନ୍ୟ ଦୁର୍ଘଟଣା ବୋଲି କହିଛନ୍ତି । ଯେଉଁ ସେବାୟତମାନେ ଆହତ ହୋଇଥିଲେ ସେମାନେ ବର୍ତ୍ତମାନ ସୁସ୍ଥ ଅଛନ୍ତି । କିଛି ସେବାୟତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କିଛି ଜଣ ଠାକୁରଙ୍କ ସେବାରେ ଯୋଗ ଦେଇଛନ୍ତି । ଏହାକୁ ମହାପ୍ରଭୁଙ୍କ ଇଚ୍ଛା ବୋଲି କୁହାଯିବ । ଏହାକୁ ନେଇ ଅଧିକ ଆଲୋଚନା କରିବା ଉଚିତ ନୁହେଁ । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଆଇନମନ୍ତ୍ରୀ । ରଥଯାତ୍ରାର ସବୁ ବ୍ୟବସ୍ଥାକୁ ସୁରୁଖୁରୁରେ କରାଯାଇଛି । ଆଡପ ମଣ୍ଡପ ବିଜେ ବେଳେ ଯାହା ଘଟିଛି ତାହା ସାମାନ୍ୟ ଦୁର୍ଘଟଣା । ଏହା ମହାପ୍ରଭୁଙ୍କ ଲୀଳା ବୋଲି କହିଛନ୍ତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି କ୍ଷତି ହୋଇନାହିଁ ବରଂ ସେବାୟତ ଆହତ ହୋଇଥିବାରୁ ସେମାନଙ୍କ ଚିକିତ୍ସା ଚାଲିଛି । ଭବିଷ୍ୟତରେ ଯେପରି ଏଭଳି ଘଟଣା ପୁନରାବୃର୍ତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.