ଇସଲାମାବାଦ : ପାକିସ୍ତାନର ବଲୁଚିସ୍ତାନରେ ମଙ୍ଗଳବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ସୂଚନା ମିଳିଛି।
ପାଣିପାଗ ବିଭାଗର ଅଧିକାରୀ କହିଛନ୍ତି ଯେ ଭୂକମ୍ପର କେନ୍ଦ୍ର କ୍ୱେଟାର ୧୫୦ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୩୫ କିଲୋମିଟର ଗଭୀରରେ ଥିଲା। ସୂଚନାନୁସାରେ କ୍ୱେଟା, ନୋସ୍କି, ଚାଗି, ଚମାନ, କିଲା ଅବଦୁଲ୍ଲା, ଡାଲବାଡିନ୍, ପିସିନ୍ ଏବଂ ପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା।
ପାକିସ୍ତାନରେ ଭୂକମ୍ପ ଝଟକା
Popular Categories



