ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ପିପିଲି: ଭୁବନେଶ୍ୱରରେ ରୋଗୀଙ୍କୁ ଛାଡିବା ପରେ ପୁରୀ ଅଭିମୁଖେ ଫେରୁଥିବା ଏକ ଆମ୍ବୁଲାନ୍ସ ପିପିଲିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ସମୟରେ କୌଣସି କାରଣରୁ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ପିପିଲି ବାଇପାସ ରାସ୍ତାର ଦରଡା ଗ୍ରାମ୍ୟଛକ ନିକଟରେ ରାସ୍ତା କଡ ନୟନଜୋରୀ ମଧ୍ୟକୁ ଖସି ପଡିଥିଲା । ଖବର ପାଇ ପିପିଲି ପୁଲିସ ଓ ହାଇୱେ ପୁଲିସ ପାଟ୍ରୋଲିଂ ଟିମ୍‍ ସେଠାରେ ପହଞ୍ଚି ଆମ୍ବୁଲାନ୍ସକୁ ଜବତ କରି ପିପିଲି ଥାନାକୁ ଆଣିଥିଲେ । ଗାଡିର ଡ୍ରାଇଭରକୁ ପୁଲିସ ଅଟକ ରଖିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

 

Comments are closed.