ଏଟିବିଏନ ଓକିଲ ସଂଘର ପ୍ରସ୍ତୁତି ବୈଠକ
ଆଠଗଡ : ଆଠଗଡ, ତିଗିରିଆ, ବଡମ୍ବା ଓ ନରସିଂହପୁର ଅଞ୍ଚଳର ଆଇନଜୀବୀମାନଙ୍କୁ ନେଇ ଗଠିତ ଏଟିବିଏନ ଓକିଲ ସଂଘର ଅଷ୍ଟବିଂଶତମ ଅଧିବେଶନ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ଫଣିଭୂଷଣ ରଥଙ୍କ ଅଧ୍ୟକ୍ଷତାରେ ସୋମବାର ବାଣୀକଣ୍ଠନଗରଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଡିସେମ୍ବର ୧୧ ତାରିଖ ରବିବାର ଦିନ ସକାଳ ୧୧ଟାରେ କଟକ ବିଜୁ ପଟ୍ଟନାୟକ ଛକ ନିକଟବର୍ତ୍ତୀ ସାରଳା ଭବନରେ ସାଧାରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ଏହି ବୈଠକରେ ସର୍ବସମ୍ମତି କ୍ରମେ ସ୍ଥିରୀକୃତ କରାଯାଇଥିଲା। ଏହି ବୈଠକରେ ସଂଘର ସମସ୍ତ କର୍ମକର୍ତ୍ତା ଯୋଗଦେଇ ସାଧାରଣ ଅଧିବେଶନ କିପରି ସଫଳ ହେବ ସେ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କଟକ, ଭୁବନେଶ୍ୱର ସମେତ ଆଠଗଡ ଉପଖଣ୍ଡର ୪ଟି ବ୍ଲକ ଏବଂ ଅନ୍ୟାନ୍ୟ ସ୍ଥାନରେ ରହିଥିବା ସଂଘର ସଭ୍ୟମାନେ କିପରି ବହୁସଂଖ୍ୟାରେ ଯୋଗଦେବେ ସେଥିପାଇଁ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସୂଚନାଥାଉକି ଏହି ସଂଘ ଆଇନଜୀବୀ ମାନଙ୍କର କଲ୍ୟାଣ ପାଇଁ ଏବଂ ଆଠଗଡ ଉପଖଣ୍ଡର ସର୍ବାଙ୍ଗୀନ ବିକାଶ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛି।
Comments are closed.