www.samajalive.in
Sunday, December 7, 2025
26.1 C
Bhubaneswar

ନିୟମଗିରିରେ କରାଯାଇଥିବା ଜିଓ ନେଟୱର୍କ ରେଞ୍ଜ ବଢ଼ାଇବା ପାଇଁ ଦାବୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତର ନିୟମଗିରି ପାହାଡ ଅଞ୍ଚଳ ପାଇଁ କରାଯାଇଥିବା ଜିଓ ନେଟୱର୍କର ରେଞ୍ଜ ବଢ଼ାଇବା ପାଇଁ ନିୟମଗିରି ଡଙ୍ଗରିଆ କନ୍ଧ ଦାବୀ କରିଛନ୍ତି । କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକା ପାର୍ଲାମେଣ୍ଟରେ ଲାଗି ନିୟମଗିରି ଅଞ୍ଚଳକୁ ୪ଜି ଜିଓ ନେଟୱର୍କର ବ୍ୟବସ୍ଥା କରି ତାହା ଚଳିତ ମାସ ୪ ତାରିଖରେ ଉଦଘାଟନ କରିଥିଲେ । ଏହି ୪ଜି ଜିଓ ନେଟୱର୍କର ରେଞ୍ଜ କମ ରହିଥିବାରୁ ତାହା ପ୍ରାୟ ୨ କିମି କାଣସୁର ବିଦ୍ୟାଳୟ ପର୍ଯ୍ୟନ୍ତ ନେଟୱର୍କ ରହୁଛି । ତାହା ଆଉ କାର୍ଯ୍ୟ କରୁନାହିଁ । ସମତଳ ଅଞ୍ଚଳକୁ ଯଦି ନେଟୱର୍କ ଆସୁନାହିଁ ତାହେଲେ ପାହାଡିଆ ଅଞ୍ଚଳକୁ କିପରି ନେଟୱର୍କ ଆସୁଥିବ ଏଥିରୁ ଜଣାପଡୁଥିବ । ପାହାଡ଼ ଉପରେ ଥିବା ସାନଡେଙ୍ଗିଲେଲି ଓ ବଡଡେଙ୍ଗିଲେଲିକୁ ମଧ୍ୟ ନେଟୱର୍କ ଆସୁନାହିଁ। ତେଣୁ ଏହାର ନେଟୱର୍କ ରେଞ୍ଜ ବଢାଇବା ପାଇଁ ନିୟମଗିରି ପାହାଡରେ ବସବାସ କରୁଥିବା ଗୋବିନ୍ଦ ବାଗ, ବିଶ୍ୱନାଥ ମାଣ୍ଡିକା, ତୁଷୁ ସିକକା, କୁର୍ଲ୍ଲା ସିକକା, ମିଶ୍ର ସିକକା, ମୁକୁଲି ସିକକା, ଲାଛି ସିକକା ପ୍ରମୁଖ ଦାବୀ କରିଛନ୍ତି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories