www.samajalive.in
Sunday, December 7, 2025
18.1 C
Bhubaneswar

ଇସକଫ ସମ୍ବଲପୁର ଜିଲା ପରିଷଦ ବୈଠକ; ନେଲସନ ମଣ୍ଡେଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଆଲୋଚନା  

ସମ୍ବଲପୁର : ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘ(ଇସକଫ) ସମ୍ବଲପୁର ଜିଲାର ସାଧାରଣ ପରିଷଦର ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସମ୍ବଲପୁର ସର୍ବସାଧାରଣ ପାଠାଗାରର ସମ୍ମିଳନୀ କକ୍ଷରେ ସକାଳ ୧୦ଟାରେ ଆୟୋଜିତ ଏହି ବୈଠକରେ ପ୍ରାକ୍ତନ ସଭାପତି ଡା. ରମାବଲ୍ଲଭ ମିଶ୍ର ଅଧ୍ୟକ୍ଷତା କରିଥିଲେ । ପ୍ରାକ୍ତନ ସାଧାରଣ ସମ୍ପାଦକ ଜୟଶଙ୍କର ମିଶ୍ର ବୈଠକକୁ ପରିଚାଳନା କରିଥିଲେ । ଜାତୀୟ ସଙ୍ଗୀତ ଗାନ ସହିତ ଆରମ୍ଭ ହୋଇଥିବା ଏହି ବୈଠକର ପ୍ରାରମ୍ଭରେ ଦିବଙ୍ଗତ ସଦସ୍ୟମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଡା. ରମାବଲ୍ଲଭ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ ସହିତ ଆଗାମୀ ଡିସେମ୍ବର ୧୦ ଓ ୧୧ ତାରିଖରେ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ୨୩ତମ ଜାତୀୟ ସମ୍ମିଳନୀ ସର୍ମ୍ପକରେ ବିସ୍ତୃତ ସୂଚନା ସଦସ୍ୟ ଓ ସଦସ୍ୟାମାନଙ୍କୁ ଦେଇଥିଲେ । ଏହି ସମ୍ମିଳନୀରେ ଦେଶର କୋଣ ଅନୁକୋଣରୁ ଅନେକ ବିଶିଷ୍ଟ ଶିକ୍ଷାବିତ ଓ ବିଦ୍ୱାନ ବ୍ୟକ୍ତି ବିଶେଷ ଯୋଗ ଦେଇ ବିଭିନ୍ନ ବିଷୟରେ ମାନସମନ୍ଥନର କାର୍ଯ୍ୟକ୍ରମ ରହିଛି ଏବଂ ଏଥିରେ ସମ୍ବଲପୁର ଜିଲା ମଧ୍ୟ ସାମିଲ ହେବ । ବିଗତ ଦିନରେ ସମ୍ବଲପୁର ମ୍ୟୁନିସିପାଲିଟି ଦ୍ୱାରା ନେଲସନ ମଣ୍ଡେଲା ଛକକୁ ନାମିତ କରାଯାଇଥିବା ବେଳେ ସେଠାରେ ନେଲସନ ମଣ୍ଡେଲାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ସର୍ମ୍ପକରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଏତଦ ବ୍ୟତିତ ନୂତନ ସଦସ୍ୟ ସଂଗ୍ରହ, ସାଙ୍ଗଠନିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା ।

ଏଥିସହ ଜିଲା ପରିଷଦର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ଜିଲା ପରିଷଦର ନୂତନ ସଭାପତି ରୂପେ ଡା. ରମାବଲ୍ଲଭ ମିଶ୍ର, କାର୍ଯ୍ୟକାରୀ ସଭାପତି ରୂପେ ସୁରେଶ୍ୱର ମିଶ୍ର, ଉପ ସଭାପତି ପ୍ରଣତି ପଟ୍ଟନାୟକ, ରାଜକିଶୋର ଦାସ, ସୁତାପା ମିତ୍ର, ଅରୁଣ ଖୁଣ୍ଟିଆ, ଗଣେଶ ମହାପାତ୍ର, ମହମ୍ମଦ ସୁବିର ଅହମଦ, ସାଧାରଣ ସମ୍ପାଦକ ରୂପେ ଜୟଶଙ୍କର ମିଶ୍ର, କୋଷାଧ୍ୟକ୍ଷ ରୂପେ ରବିନ୍ଦ୍ର ମହାନ୍ତି, ସଚିବ ରୂପେ ବିରାଜ କୁମାର ମିଶ୍ର, ରାଜେଶ ବିଭାର, ରତ୍ନାକର ଭୋଇ, ଶିବ ବିଶି, ଭି. ଆର. ରାଓ ଓ ଏନ. ଗୋପାଳ ଏବଂ ପୃଷ୍ଠପୋଷକ ରୂପେ ବିଜୟ ମହାନ୍ତି, ଗୋପ ରଞ୍ଜନ ଦୁବେ, ରଘୁନାଥ ମିଶ୍ର, ଅଶୋକ ବିଶି, ଅରବିନ୍ଦ ମହାପାତ୍ର ଓ ଯଦୁମଣି ପଣ୍ଡା ଙ୍କୁ ସର୍ବସମ୍ମତି କ୍ରମେ ନିଯୁକ୍ତ କରାଯାଇଛି । ବୈଠକରେ ଜିଲାର ସଦସ୍ୟ ଓ ସଦସ୍ୟାମାନେ ସାମିଲ ହୋଇ ସୁଚିନ୍ତିତ ମତାମତ ପୋଷଣ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ରବିନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories