www.samajalive.in
Monday, December 15, 2025
24.1 C
Bhubaneswar

ଦୁର୍ବଳ ହେଉଛି ଗରୁଡ଼ ସ୍ତମ୍ଭ

ପୁରୀ: ଦୁର୍ବଳ ହେଉଛି ମହାପ୍ରଭୁଙ୍କ ଗରୁଡ଼ ସ୍ତମ୍ଭ । ଶ୍ରଦ୍ଧାଳୁ ମାନେ ଛୁଇଁବା ଦ୍ୱାରା ଗରୁଡ଼ ସ୍ତମ୍ଭ ଦୁର୍ବଳ ହେଉଥିବା ସୂଚନା ଦିଆଯାଇଛି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ କୋଳାଗ୍ରତ ଯୋଗୁଁ ମୋଟେଇ ପତଳା ହେଉଥିବା କୁହାଯାଇଛି । ଏପରି ହେବା ଦ୍ୱାରା ସ୍ତମ୍ଭର ସ୍ଥାୟିତ୍ୱ ପ୍ରତି ବିପଦ ଦେଖାଯାଉଥିବା ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି । ତାହାସହ ପୂର୍ବତନ ଏଏସଆଇ ନିର୍ଦେଶକ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

ତାଙ୍କ ମତରେ ଗରୁଡ଼ ସ୍ତମ୍ଭ ଚନ୍ଦନ କାଠ ଜୀବାଶ୍ମରେ ନିର୍ମିତ ହୋଇଛି । ତେଣୁ ଭକ୍ତଙ୍କୁ ପ୍ରତ୍ୟେକ୍ଷ ସ୍ପର୍ଶରୁ ନିବୃତ୍ତ ରଖିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ସ୍ତମ୍ଭର ଚାରିପାର୍ଶ୍ବରେ ଏକ ବୃତ୍ତାକାର ଫ୍ରେମ୍‌ କରି ରୁପା ଆଚ୍ଛାଦିତ ପାଇଁ ପ୍ରସ୍ତାବ ଦିଆଯାଇଛି । ହେଲେ ଏନେଇ ହୋଇଥିବା ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନଥିବା ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଉଛି, ଗରୁଡ଼ ସ୍ତମ୍ଭକୁ ଛୁଇଁବା ବାରଣ ଭକ୍ତଙ୍କ ଭାବାବେଗ ଉପରେ ପ୍ରଭାବ ପକାଇବ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories