www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି..

ଡିଏସପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ବଜ୍ଞପ୍ତି ଉପରେ ରହିତାଦେଶ.. ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଲେ ହାଇକୋର୍ଟ..

- Advertisement -

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ.. ଭାରତ ଯୋଡ଼ୋ ଯାତ୍ରା ସମୟରେ ବୋମା ବିସ୍ଫୋରଣର ଧମକ ମିଳିଛି.. ଏହି ଧମକପୂର୍ଣ୍ଣ ଚିଠି ପଠାଯାଇଥିବା ଲଫାପାରେ ବିଜେପି ବିଧାୟକ ଚେତନ କଶ୍ୟପଙ୍କ ନାମ ଲେଖାଯାଇଛି.. ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି.. ଏହି ଚିଠିରେ କଂଗ୍ରେସ ରାଜ୍ୟ ସଭାପତି କମଲନାଥଙ୍କୁ ମଧ୍ୟ ଗୁଳି କରାଯିବ ବୋଲି ଧମକ ଦିଆଯାଇଛି..

ଆସନ୍ତାକାଲି ମାର୍ଗଶୀର-କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଏହି ପଇତାଲାଗି ନୀତି ଅନୁଷ୍ଠିତ ହେବ.. ଏହି ସମୟରେ ୪ଘଣ୍ଟା ଯାଏଁ ଦର୍ଶନ ବନ୍ଦ ରହିବ.. ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଏହି ନୀତି ଅନୁଷ୍ଠିତ ହେଉଥିବାରୁ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ..

ଶୁକ୍ରବାର ଦେଶର ପ୍ରଥମ ଘରୋଇ ରକେଟ୍‍ ‘ବିକ୍ରମ-ଏସ’ର ହେଲା ସଫଳ ଉତକ୍ଷେପଣ.. ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ପ୍ରଥମ ଘରୋଇ ରକେଟ..

ମୋହନା : ବିନା ଜିଏସଟିରେ ଚାଲାଣ ବେଳେ ସୁନା ସହ ରୁପା ଅଳଙ୍କାର ଜବତ.. ୧୮୮ ଗ୍ରାମ ସୁନା,୩ କେଜି ରୁପା ଜବତ.. ଘଟଣାରେ ୨ ଅଟକ..କାରରେ ଚାଲାଣ ସମୟରେ କମଳାପୁର ନିକଟରେ ଧରିଲା ପୁଲିସ

ବଲାଙ୍ଗୀର : ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ.. ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ବେଲପଡା ତହସିଲ୍‍ ଅଫିସର ସେକ୍ସନ ଅଫିସର ଯୁଗଳ ରାଉତ

୧୧ କୋଟି ହେରୋଇନ୍‍ ଜବତ ମାମଲାରେ ଇଡିର ତଦନ୍ତ ଆରମ୍ଭ..ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ..

ମୁମ୍ବଇ-ପୁଣେ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା.. ଦୁଇ କାର୍‍ ମୁହାଁମୁହିଁ ଧକ୍କା.. ଚାଲିଗଲା ୫ ଜୀବନ.. ୩ ଗୁରୁତର

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories