www.samajalive.in
Sunday, December 7, 2025
18.1 C
Bhubaneswar

ଜାରି ରହିଲା କ୍ରସର ବିରୋଧି ଆନ୍ଦୋଳନ: ଗିରଫକୁ ଡରିଲେନି, ଛୁଆ ପିଲା ଧରି ଏକଜୁଟ୍‌ ହୋଇ ଲଢିଲେ 

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୁଇଁଠାରେ ଦୀର୍ଘ ୧୬ଦିନ ଧରି ଚାଲିଥିବା କ୍ରସର ବିରୋଧି ଆନ୍ଦୋଳନ ବୁଧବାର ଉଗ୍ରରୂପ ଧାରଣ କରିଛି। ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଚାନ୍ଦା ମାଗିବା ଅଭିଯୋଗରେ ଅବକାଶ ସାହୁଙ୍କୁ ମଙ୍ଗଳବାର ଗିରଫ ପରେ ବି ଆନ୍ଦୋଳନ ଥମିବାରେ ନାଁ ଧରୁନି । ପୁଲିସର ଗିରଫ ଧମକକୁ ଖାତିର୍‌ ନକରି ବୁଧବାର ସକାଳେ ଗ୍ରାମର ଶତାଧିକ ମହିଳା, ପୁରୁଷ, ଛୁଆ, ପିଲା ଧରି ସମସ୍ତେ ଏକଜୁଟ୍‌ ହୋଇ ଘରଛାଡି ଆନ୍ଦୋଳନକୁ ବାହରିଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଖରଭୁଇଁ ତ୍ରୀନାଥ ମନ୍ଦିର ନିକଟରେ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର, ପୁଲିସ ପ୍ରଶାସନ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଧାରଣାସ୍ଥଳକୁ ଯିବାକୁ ବାରଣ କରିଥିଲେ । ସରକାର କ୍ରସର ଚଲାଇବା ପାଇଁ ଚାହୁଁଥିବା କଥା ତହସିଲଦାର ଆନ୍ଦୋଳନକାରୀଙ୍କୁ ବୁଝାଇବା ସହିତ ଯେମିତି ହେଲେ କ୍ରସର ଚାଲିବ ବୋଲି କହିବାପରେ ଲୋକେ ଉତ୍ତେଜିତ ହୋଇପଡିଥିଲେ । କିଛି ସମୟ ଧରି ତହସିଲଦାରଙ୍କ ସହିତ ଆନ୍ଦୋଳନକାରୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟିହେବା ସହିତ କଥା କଟାକଟି ଚାଲିଥିବା ଦୃଶ୍ୟ ନଜରକୁ ଆସିଥିଲା । ପୁଲିସ ପ୍ରଶାସନର ବାରଣସତ୍ୱେ ଆନ୍ଦୋଳନକାରୀ ଧାରଣାସ୍ଥଳରେ ପହଞ୍ଚି ନାରାବାଜି ଆରମ୍ଭ କରିଥିଲେ । ସେହି ସମୟରେ ଏ.ଆର.ଏସ.ଏସ କମ୍ପାନୀର ଏକ ଜେସିବି ମେସିନ କ୍ରସର ରାସ୍ତାରେ ଧସେଇ ପଶିବାକୁ ଉଦ୍ୟମକରିଥିଲା । ଫଳରେ ଆନ୍ଦୋଳନକାରୀ କ୍ରସର ରାସ୍ତାରେ ଛୋଟ ପିଲା, ମହିଳା, ପୁରୁଷ ଧରି ବସିପଡି ଏହାର ପ୍ରତିବାଦ କରିଥିଲେ । ତାଙ୍କ ଉପରେ ଗାଡି ଚଳାଇବାପାଇଁ କହି ପାଟିତୁଣ୍ଡ, ନାରାବାଜି କରି ଏହାର ତୀବ୍ର ବିରୋଧ କରିବାରୁ କମ୍ପାନୀ ଗାଡି ପଛଘୁଞ୍ଚା ଦେଇଥିଲା । ଯାହାଫଳରେ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ପୁଲିସ ଘଟଣାସ୍ଥଳରେ ରହି ସ୍ଥିତି ଅନୁଧ୍ୟାନ କରୁଛି । ଶେଷରେ ଆନ୍ଦୋଳନକାରୀ ଧାରଣାସ୍ଥଳରେ ଅହୋରାତ୍ର ଆନ୍ଦୋଳନ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଖରଭୁଇଁବାସୀଙ୍କ ପାଇଁ କଳା ପ୍ରଥମାଷ୍ଟମୀ:

- Advertisement -

ଓଡ଼ିଆ ଲୋକଙ୍କ ଘରେ ଘରେ ବୁଧବାର ପ୍ରଥମାଷ୍ଟମୀ ମହାଆଡମ୍ବରରେ ପାଳନ ହୋଛି । ଏଭଳି ଏକ ମହାନ୍‌ ପର୍ବରେ ପରିବାର ସହିତ ଲୋକେ ପ୍ରଥମାଷ୍ଟମୀ ପାଳନ କରିବା ବଦଳରେ ଜଙ୍ଗଲଜମି, ପରିବେଶ, ଜୀବନଜୀବିକା ସୁରକ୍ଷା ପାଇଁ ଘରଦ୍ୱାର ଛାଡି ଛୁଆ, ପିଲା ଧରି ପୁଲିସ ପ୍ରଶାସନ ସହିତ ଲଢେଇ କରୁଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ସେମାନଙ୍କ ପାଇଁ ଦିନଟି କଳା ପ୍ରଥମାଷ୍ଟମୀ ବୋଲି ଆଲୋଚନା ହେଉଛି ।

ଗାଁ ରାସ୍ତା ଖାଁ ଖାଁ :

ଛୁଆଠୁ ଆରମ୍ଭକରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ କ୍ରସର ବିରୋଧି ଆନ୍ଦୋଳନରେ ସାମିଲ ପରେ ଖରଭୁଇଁ ଗାଁ ରାସ୍ତା ଖାଁ ଖାଁ ହୋଇପଡିଛି । ଗାଁ ରାସ୍ତାରେ କୁକୁରଟିଏ ମଧ୍ୟ ଚଳପ୍ରଚଳ କରୁନଥିବା ଦେଖିବାକୁ ମିଳିଛି । ଏଥିରୁ ଗାଁ ଲୋକଙ୍କ କ୍ରସର ବିରୋଧି ଏକତା ବୁଝା ପଡିଯାଉଛି ।

କ୍ରସର ରାସ୍ତାରେ ବସି ଖାଇଲେ ମଧ୍ୟାହ୍ନଭୋଜନ:

ଧାରଣାସ୍ଥଳ ଛାଡି ଘରକୁ ଗଲେ ନାହିଁ । ଶେଷରେ ରାସ୍ତାକଡ ତ୍ରୀନାଥମନ୍ଦିର ନିକଟରେ ରୋଷେଇ କରି କ୍ରସର ରାସ୍ତାରେ ବସି ଆନ୍ଦୋଳନକାରୀ ପିଲାଛୁଆ ଧରି ମଧ୍ୟାହ୍ନଭୋଜନ ଖାଇଥିବା ଦେଖିବାକୁ ମିଳିଥିଲା।

ପରୀକ୍ଷା ପାଇଁ ପିଲାଙ୍କୁ ଛାଡିବାକୁ ଅନୁରୋଧ କଲେ ଏବିଇଓ:

ଆସନ୍ତାକାଲିଠାରୁ ଖରଭୁଇଁ ସ୍କୁଲ ପିଲାଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗ ପକ୍ଷରୁ ଏ.ବି.ଇ.ଓ ଜଗତ ମଲ୍ଲିକ ସିଆରସିସି ସୁଧିର ଦେହୁରୀ ଶିକ୍ଷକମାନଙ୍କ ସହିତ ଧାରଣାସ୍ଥଳରେ ପହଞ୍ଚିଥିଲେ । ଅଭିଭାବକମାନଙ୍କୁ ପିଲାଙ୍କ ପରୀକ୍ଷା କଥା କହିବା ସହିତ ହାତଯୋଡି ସ୍କୁଲ ଛାଡିବାକୁ ଅନୁରୋଧ କରିଥିଲେ । ମାତ୍ର ଅଭିଭାବକମାନେ ଏବିଇଓଙ୍କ କଥାକୁ ପ୍ରତ୍ୟାଖାନ କରି ପିଲାଙ୍କୁ ଛାଡିବୁନାହିଁ ବୋଲି ରୋକଠୋକ୍‌ ଶୁଣାଇଥିଲେ।

 

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories