www.samajalive.in
Sunday, December 7, 2025
16.1 C
Bhubaneswar

“ମାତୃପୁରୀ”ର ୩୦ତମ ପ୍ରତିଷ୍ଠା ଦିବସ ଉଦଯାପିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀର ୩୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ମାତୃପତାକା ଅବତରଣ ସହ ପ୍ରତିଷ୍ଠା ଦିବସ ଉଦ୍‌ଯାପିକ ହୋଇଛି।

ସୋମବାର ନିରଞ୍ଜନ ପଶାୟେତଙ୍କ ପରିଚାଳନାରେ ତଥା ଅଧ୍ୟକ୍ଷ ଟିକେଲାଲ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ସଭାରେ ମୁଖ୍ୟ ଅତିଥି ଭାବରେ ଅତାବିରା ବିଦ୍ୟୁତ ବିଭାଗୀୟ ଅଧିକାରୀ ମନ୍ମଥ ନାଥ ଦାସ ସମ୍ମାନିତ ଅତିଥି ରୂପେ ବିଭୂତି ଦୀପ, ଲଳିତା ପ୍ରଧାନ, ସଭାପତି ଶେଷଦେବ ନାଏକ, ଯତୀନ୍ଦ୍ର କୁମାର ପ୍ରଧାନ, ସରୋଜ କୁମାର ରଥ ଯୋଗ ଦେଇଥିଲେ। ବବ୍ରୁ ବାହନ ମିଶ୍ର ଅତିଥି ପରିଚୟ ଦେଇଥିବା ବେଳେ ମିଲାନିକା ନନ୍ଦଙ୍କ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀମାନେ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ମାନ୍ୟବର ରାଜ୍ୟପାଳ ଓଡ଼ିଶାଙ୍କ ଦ୍ଵାରା ପୁରସ୍କୃତ ହୋଇଥିବା ବିଦ୍ୟାଳୟର ଛାତ୍ରୀ ଧରିତ୍ରୀ ସାହୁ ଓ ଜାତୀୟ ଶିଶୁ କଳା ଭବାନୀ ପାଟଣାରେ ପୁରସ୍କୃତ ଛାତ୍ରୀ ଜିନା ପ୍ରଧାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଜୟ ପ୍ରକାଶ ଅଗ୍ରୱାଲ, ସୁଶ୍ରୀ ପ୍ରଧାନ, ସସ୍ମିତା ମିଶ୍ର, ଉପେନ୍ଦ୍ର ମହାକୁରଙ୍କ ଦିଗ ଦର୍ଶନରେ ତଥା ଶିକ୍ଷକ ସୁନୀଲ ଖମାରୀ, ରାମଚନ୍ଦ୍ର ପ୍ରଧାନ, ଜୟଶ୍ରୀ ନନ୍ଦ, ସରିତା ପ୍ରଧାନ ତଥା ଅନୁଷ୍ଠାନର ଅନ୍ୟ ସମସ୍ତ ଭାଇ ଅପା ସକ୍ରିୟ ସହଯୋଗ କରିଥିଲେ। ଶେଷରେ ରଞ୍ଜୁଲତା ବାରିକଙ୍କ ନିର୍ଦ୍ଦେଶନାରେ ଭବ୍ୟା ଵର୍ଲିକା, ପ୍ରିୟଦର୍ଶିନୀ, ସଂସ୍କୃତି, ତରଙ୍କି, ମୁସ୍କାନ, ଆୟୁସ୍ମିତା ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଶେଷରେ ଉପାଧ୍ୟକ୍ଷ ଯତୀନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories