www.samajalive.in
Monday, December 15, 2025
24.1 C
Bhubaneswar

ପଦ୍ମପୁର ଉପନିର୍ବାଚନ: ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ

ବରଗଡ଼: ଉପଜିଲାପାଳ କାର୍ଯ୍ୟାଳକୁ ଶୋଭାଯାତ୍ରାରେ ଆସି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନପତ୍ର ଦାଖଲ କଲେନାହିଁ। ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହା ପରେ ପ୍ରତିକ୍ରିୟା ରଖି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଚାଷୀଙ୍କ ସମସ୍ୟା ସରକାର ବୁଝି ନ ଥିବାରୁ ନାମାଙ୍କନ ଭରିଲେନି। ଚାଷୀଙ୍କ ନିବେଦନକୁ ସମ୍ମାନ ଜଣାଇ ନାମାଙ୍କନ ଦାଖଲ କଲେନି ଏବଂ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପାଖରୁ ଫେରି ଆସିଲେ ବୋଲି ପ୍ରଦୀପ ପୁରୋହିତ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ପଦ୍ମପୁରରେ ବିଜେପି ନାମାଙ୍କନ ଚାଲ୍ ଖେଳିଛି। ଫସଲ ବୀମା ଟଙ୍କାକୁ ନେଇ ବ୍ୟାକଫୁଟରେ ଥିବା ବିଜେପି ଆଜି ନୂଆ ନାଟକ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ନେଇ ନାମାଙ୍କନପତ୍ର ଦାଖଲ ପାଇଁ ଶୋଭାଯାତ୍ରାରେ ଆସିବା ପରେ ବି ନାମାଙ୍କନ ନଭରି ଫେରି ଯାଇଥିଲେ। ବିଜେପିର ଏଭଳି ଅଭିନୟକୁ ପଦ୍ମପୁରବାସୀ ଓ ଚାଷୀ ଭଲ ଭାବେ ବୁଝି ସାରିଛନ୍ତି। ବିଜେପିର ଏଭଳି ଡ୍ରାମାକୁ ସମାଲୋଚନା କରିବା ସହ ପୁଣି ନାମାଙ୍କନ ଭରିବା ବେଳେ କି ଉତ୍ତର ଦେବେ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମାକୁ ନେଇ ବିଜେପି ବ୍ୟାକଫୁଟରେ ରହିଛି। ସାଧାରଣ ଚାଷୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ବିଜେପି ନେତାଙ୍କ ପାଖରେ ଶକ୍ତି ନାହିଁ। ଏଭଳି ସ୍ଥିତିରେ ନାମାଙ୍କନପତ୍ର ଦାଖଲ ସ୍ଥଗିତ ନାମରେ ବିଜେପି ଏକ ରାଜନୈତିକ ଚାଲ ଖେଳିଥିବା ଜଣାପଡ଼ିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories