ଚିଟଫଣ୍ଡ ମାମଲା, ଆମିକସକ୍ୟୁରୀ ନିଯୁକ୍ତି କଲେ ସୁପ୍ରିମକୋର୍ଟ
ଭୁବନେଶ୍ବର: ଚିଟଫଣ୍ଡ ଠକେଇ ମାମଲାରେ ସୁପ୍ରିମକୋର୍ଟ ଆମିକସକ୍ୟୁରୀ ନିଯୁକ୍ତି ଦେଇଛନ୍ତି । ସୁପ୍ରିମକୋର୍ଟ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସକ୍ୟୁରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହା ସହିତ ସତ୍ୟପାଠ ଦାଖଲ ପାଇଁ ସିବିଆଇ ସମୟ ମାଗିଛି। ଅପରପକ୍ଷରେ ନଭେମ୍ବର ୨୫ ସୁଦ୍ଧା କାଉଣ୍ଟର ସତ୍ୟପାଠ ଦାଖଲ ପାଇଁ ସମୟ ପ୍ରଦାନ କରାଯାଇଛି। ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ କୋର୍ଟ ଜାଣିବାକୁ ଚାହିଁଛନ୍ତି। ଏ ନେଇ ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ କରିଥିବା ଜଣାପଡ଼ିଛି।
Comments are closed.