www.samajalive.in
Monday, December 15, 2025
16.1 C
Bhubaneswar

ବଳକା ସିଟ୍‌ରେ ଆଜିଠୁ +୩ ତୃତୀୟ ପର୍ଯ୍ୟାୟ ନାମଲେଖା

ଭୁବ‌େ‌ନଶ୍ବର: ୨୦୨୨-୨୩ ଶିକ୍ଷାବର୍ଷରେ ଦୁଇଟି ପର୍ଯ୍ୟାୟରେ ନାମଲେଖା ଶେଷ ହୋଇଛି। ତେବେ ଏକାଦଶ ଏବଂ +୩ ପ୍ରଥମ ବର୍ଷର ସିଟ୍ ପୂରଣ ହୋଇପାରିନି। ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଶତାଧିକ ସିଟ୍ ଖାଲିପଡ଼ିଛି। ଏଥିପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। +୨ ବଳକା ସିଟରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଗତ ଶୁକ୍ରବାରଠାରୁ ଅନ୍‌ଲାଇନ ଆବେଦନ ଆରମ୍ଭ ହୋଇଛି। ମଙ୍ଗଳବାର ସରିବ। ସୋମବାରଠାରୁ +୩ ପ୍ରଥମ ବର୍ଷ ଲାଗି ତୃତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ ହେବ।

ସାମ୍ସରୁ ମିଳିଥିବା ରିପୋର୍ଟ ଅନୁସାରେ, ଡିଗ୍ରୀ ବା +୩ ଲାଗି ରାଜ୍ୟରେ ୧୦୨୪ଟି କଲେଜ ରହିଛି। ସେଥିରେ ମୋଟ୍ ସିଟ୍ ସଂଖ୍ୟା ହେଉଛି ୨,୫୫,୯୧୩। ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ୧,୯୪,୦୩୩ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଫଳରେ ଏବେ ୬୧ ହଜାର ୮୮୦ ସିଟ୍ ଖାଲି ପଡ଼ିଛି। କଳାରେ ୨୦,୮୭୦, ଫିଜିକାଲ ସାଇନ୍ସ ୧୮,୧୩୨, ବାୟୋଲୋଜିକାଲ ସାଇନ୍ସ ୮୪୧୮, ବାଣିଜ୍ୟ ୧୦,୭୯୫, ସେଲ୍ଫ ଫାଇନାନ୍ସିଂ ୭୦୪ ଓ ସଂସ୍କୃତରେ ୨୯୬୧ଟି ସିଟ୍ ଖାଲି ରହିଛି। ଏହି ସିଟ୍ ଗୁଡ଼ିକ ପାଇଁ ୩ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସୋମବାରରୁ ହେବ। ସୋମବାର ପୂର୍ବାହ୍ଣ ୧୧ଟାରୁ ଅନ୍‌ଲାଇନରେ ଫର୍ମ ଉପଲବ୍ଧ ସହ ଆବେଦନ କରାଯିବ। ଆବେଦନର ଶେଷ ତାରିଖ ୧୭କୁ ଧାର୍ଯ୍ୟ ହୋଇଛି। ୨୨ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବାହାରିବ। ୨୩ ଏବଂ ୨୪ରେ ନାମଲେଖା ହେବ। ୨୯ ସନ୍ଧ୍ୟା ୭ଟା ସୁଦ୍ଧା ଚୂଡ଼ାନ୍ତ ନାମଲେଖା ତଥ୍ୟ ୱେବସାଇଟରେ ଅପଲୋଡ୍ ସହ ନଭେମ୍ବର ୩୦ ସୁଦ୍ଧା ନାମ ଲେଖାଇଥିବା ପିଲାଙ୍କ ଫି’ ପୈଠ ବାଧ୍ୟତାମୂଳକ।

- Advertisement -

ଅନ୍ୟପକ୍ଷରେ ରାଜ୍ୟରେ ୨୦୬୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିଅର କଲେଜରେ ମୋଟ୍ ୫,୦୯,୧୩୦ ସିଟ୍ ରହିଥିବାବେଳେ ଏପର୍ଯ୍ୟନ୍ତ ୪,୦୨,୬୩୪ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏବେସୁଦ୍ଧା ୧,୦୬,୪୯୬ଟି ସିଟ୍ ବଳକା ପଡ଼ି ରହିଛି। +୨ ବଳକା ସିଟ୍‌ରେ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍‌ଲାଇନରେ ଆବେଦନର ଶେଷ ତାରିଖ ନଭେମ୍ବର ୧୫କୁ ଧାର୍ଯ୍ୟ ହୋଇଛି। ୧୮ରେ ମେଧା ତାଲିକା, ୧୮ ଦିନ ୨ଟାରୁ ନାମଲେଖା ଆରମ୍ଭ ହୋଇ ୨୧ ତାରିଖ ଅପରାହ୍ଣ ୩ଟାରେ ଶେଷ ହେବ। ସେହିପରି ୱେଟିଂ ନାମ ପଞ୍ଜୀକରଣ ପ୍ରକ୍ରିୟା ୨୧ ତାରିଖ ଅପରାହ୍ଣ ୩ଟା୩୦ରୁ ଆରମ୍ଭ ହେବ। ୱେଟିଂ ତାଲିକାରେ ଥିବା ପିଲାଙ୍କ ଲାଗି ନାମଲେଖା ନଭେମ୍ବର ୨୩ ଏବଂ ୨୪ ଦୁଇଦିନ ଧରି ଅନୁଷ୍ଠିତ ହେବ। ପୂର୍ବରୁ ଯେଉଁ ଅସ୍ଥାୟୀ କଲେଜରେ ସିଟ୍ ବୃଦ୍ଧି କରାଯାଇଥିଲା, ସମ୍ପୃକ୍ତ ସିଟ୍ ନ କମାଇଲେ ଚଳିତବର୍ଷ ଏକାଦଶ ଏବଂ ଡିଗ୍ରୀ କଲେଜରେ ସର୍ବାଧିକ ସିଟ୍ ଖାଲି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories