୧୯୯୧ ମସିହାରେ ପ୍ରଥମଥର ଆନ୍ତର୍ଜାତୀୟ ମଧୁମେହ ଫେଡେରେସନ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଇଥିଲା। ବିଶ୍ୱ ମଧୁମେହ ଦିବସ ଇନସୁଲିନର ସହ-ଆବିଷ୍କାରକ ସାର ଫ୍ରେଡ୍ରିକ ବାଣ୍ଟିଙ୍କ ଜନ୍ମଦିନରେ ପାଳନ କରାଯାଏ । ଫ୍ରେଡ୍ରିକ ୧୮୯୧ ମସିହା ନଭେମ୍ବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଚାର୍ଲସ ବେଷ୍ଟ ଓ ଜନ ଜେମ୍ସ ରିକାର୍ଡ଼ ମାକଲିଓଡ଼ଙ୍କ ସହ ମିଶି ୧୯୨୨ ମସିହାରେ ଇନସୁଲିନର ଆବିଷ୍କାର କରିଥିଲେ। ବର୍ଷକୁ ବର୍ଷ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କୁ ଏହି ରୋଗ ବିଷୟରେ ସଚେତନ କରାଇବା ହିଁ ମଧୁମେହ ଦିବସ ପାଳନର ମୂଳ ଲକ୍ଷ୍ୟ।
Popular Categories



