ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ୧୮୮୯ ନଭେମ୍ବର ୧୪ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନକୁ ସମଗ୍ର ଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ପିଲାଙ୍କୁ ଶ୍ରଦ୍ଧା କରୁଥିବା ପଣ୍ଡିତ ଜବାହରଲାଲଙ୍କ ଅନ୍ୟ ଏକ ପରିଚୟ ହେଉଛି ‘ଚାଚା ନେହେରୁ’। ଉଚ୍ଚଶିକ୍ଷା ପାଇଁ ସେ ଲଣ୍ଡନ ଯାଇଥିଲେ। ସେଠାରେ ଆଇନ ପଢ଼ିବା ପରେ ନେହେରୁ ରାଜନୀତି ପ୍ରତି ଆକର୍ଷିତ ହେଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ସେ ଝାସ ଦେଲେ। ଭାରତ ସ୍ବାଧୀନ ହେବା ପରେ ପଣ୍ଡିତ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୧୯୬୪ ମେ ୨୭ରେ ତାଙ୍କ ଦେହାନ୍ତ ହୋଇଥିଲା।
Popular Categories



