www.samajalive.in
Monday, December 8, 2025
14.1 C
Bhubaneswar

ଫାଟିଲା ଗ୍ୟାସ୍‌ ଟାଙ୍କି; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କୁଆଁପାଳ: ଅଙ୍ଗନୱାଡ଼ି କେନ୍ଦ୍ରରେ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ ଟାଙ୍କି ଫାଟି ହୁ ହୁ ହୋଇ ଜଳିଗଲା ରୋଷେଇ ଘର । ହେଲେ ଏହି ବଡ଼ ଅଘଟଣରୁ ସୌଭାଗ୍ୟବଶତଃ ବଞ୍ଚିଗଲେ ସମସ୍ତ କୁନିକୁନି ପିଲା, ଅଙ୍ଗନୱାଡି ଦିଦି ଓ ସହାୟିକା। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରିଠାରେ । ଲଳିତଗିରି ଅଙ୍ଗନବାଡି ୨ କେନ୍ଦ୍ରରେ ରୋଷେଇ ହେଉଥିବା ବେଳେ ରୋଷେଇ ଘରୁ ବାହାରକୁ ପଳେଇ ଆସି ସହାୟିକା ଶିଶୁଙ୍କ ପାଇଁ ସିଝା ଅଣ୍ଡା ଛଡାଉଥିଲେ । ଏହି ଅଣ୍ଡା ତାଙ୍କ ଜୀବନ ବଞ୍ଚାଇଦେଲା। ଘରେ ପ୍ରଥମେ ଧୁଆଁ ହେବାରୁ କର୍ମୀ ଓ ସହାୟିକା ଅଙ୍ଗନୱାଡ଼ି ଶିଶୁମାନଙ୍କୁ କେନ୍ଦ୍ର ବାହାରକୁ ନେଇ ଆସିବା ପରେ ରୋଷେଇଘରେ ଗ୍ୟାସ ଟାଙ୍କି ଫାଟି ହୁହୁ ହୋଇ ଜଳିଥିଲା। ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories