www.samajalive.in
Saturday, December 6, 2025
14.1 C
Bhubaneswar

କିଙ୍ଗ୍‌ ଖାନ୍‌ଙ୍କ ଧନ୍ୟବାଦ ଜ୍ଞାପନ

୧୯୯୫ ଅକ୍ଟୋବର ୨୦ରେ ଆଦିତ୍ୟ ଚୋପ୍ରା ପ୍ରଯୋଜିତ ‘ଦିଲୱାଲେ ଦୁଲହନିୟା ଲେ ଜାଲଙ୍ଗେ’ ମୁକ୍ତିଲାଭ କରିଥିଲା। ମୁଖ୍ୟ ଭୂମିକାରେ ଶାହରୁଖ ଖାନ୍, କାଜଲ୍, ସ୍ବର୍ଗୀୟ ଅଭିନେତା ଅମରୀଶ ପୁରୀ, ଫରିଦା ଜଲାଲ ଅଭିନୟ କରିଥିଲେ। ସେ ବର୍ଷର ଏହି ଚଳଚ୍ଚିତ୍ର ବ୍ଲକ୍‌ବଷ୍ଟର୍‌ ସାବ୍ୟସ୍ତ ହୋଇଥିଲା। ମୋଟ୍ ୧୦ଟି ‘ଫିଲ୍ମଫେୟାର ଆୱାର୍ଡ’ ଜିିତିଥିବା ଦିଲୱାଲେ ଦୁଲହନିୟାଁ ଉଭୟ କଳାକାର ଶାହରୁଖ୍‌ ଓ କାଜଲଙ୍କ କ୍ୟାରିୟରର ଗତି ବଦଳାଇଥିଲା। ଏହା ପରଠାରୁ ଦୁହେଁ ବଲିଉଡର ହିଟ୍ ଯୋଡ଼ି ଭାବେ ସାବ୍ୟସ୍ତ ହୋଇଥିଲେ। ଇତିମଧ୍ୟରେ ଏଇ ଚଳଚ୍ଚିତ୍ର ମୁକ୍ତିଲାଭର ୨୩ ବର୍ଷ ଅତିବାହିତ ହୋଇଗଲାଣି। କିଙ୍ଗ୍ ଖାନ୍‌ ନିଜ ସୋସିଆଲ ସାଇଟ୍‌ରେ ପ୍ରଶଂସକଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ‘ସମୟର ଗତି କ୍ଷିପ୍ର’ ବୋଲି ମତ ଦେଇଛନ୍ତି।
– ଏହି ଚଳଚ୍ଚିତ୍ର ନିମନ୍ତେ ଶାହରୁଖ୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଦୌ ରାଜି ନଥିଲେ। କାରଣ ତାଙ୍କ ଯୁକ୍ତି ଥିଲା ଏଇ ରୋମାଣ୍ଟିକ୍ ଭୂମିକା ପାଇଁ ତାଙ୍କର ଆଉ ବୟସ ନାହିଁ। ‘ଦିଲୱାଲେ..’ର ସୁଟିଂ ଆରମ୍ଭ ସମୟରେ ତାଙ୍କ ବୟସ ୨୭ ଥିଲା ଓ ସେ ୨୯ ବର୍ଷରେ ପାଦ ଥାପିବା ବେଳକୁ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ପରେ କିନ୍ତୁ ପ୍ରଯୋଜକ ଅାଦିତ୍ୟ ଚୋପ୍ରାଙ୍କ ବାପା ୟଶ୍‌ ଚୋପ୍ରା ହିଁ ଶାହରୁଖ୍‌ଙ୍କୁ ପରାମର୍ଶ ଦେଇଥିଲେ ଯେତେବେଳ ପର୍ଯ୍ୟନ୍ତ ସେ ଏକ ରୋମାଣ୍ଟିକ୍ ଭୂମିକାରେ ଅବତୀର୍ଣ୍ଣ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ସୁପରହିଟ୍ ତାଲିକାରେ ସାମିଲ ହେବା ଅସମ୍ଭବ। ଏଇ କଥାରେ ହିଁ ଶାହରୁଖ୍ ତୁରନ୍ତ ହଁ ଭରିଥିଲେ।
– କାଜଲ ମଧ୍ୟ ଏଇ ଚଳଚ୍ଚିତ୍ର ପାଇଁ ଖୁବ୍ ପରିଶ୍ରମ କରିଥିଲେ। ଇଉରୋପର ମାତ୍ରାଧିକ ଥଣ୍ଡାରେ ଭୋରବେଳା ଉଠି ସୁଟିଂ କରିବା ନିମନ୍ତେ ସେ କେବେହେଁ ମନା କରୁନଥିଲେ।
– ଏକ ସାକ୍ଷାତକାରରେ ଶାହରୁଖ୍‌ଙ୍କୁ ଏହାର ଦ୍ବିତୀୟ ଭାଗ ନିର୍ମାଣ ସମ୍ପର୍କରେ ପଚରା ଯାଇଥିଲା। ସେ କହିଥିଲେ ମୁଁ ନିଶ୍ଚିତ ଯେ ଏହାର ଦ୍ବିତୀୟ ଭାଗ କେବେହେଲେ ନିର୍ମାଣ ହେବନାହିଁ। କାରଣ ୟଶ୍‌ ସାର୍‌ ଏ ସମ୍ପର୍କରେ ବହୁ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories