www.samajalive.in
Friday, December 5, 2025
20.1 C
Bhubaneswar

ଏମନ୍ତ ଭୂଇଁ, ଧାନ ବୁଣିଲେ ଫୁଟଇ କଇଁ

ସାକ୍ଷିଗୋପାଳ: ଧାନ ବୁଣିବା ପରେ ଜମିରେ କଇଁ ଫୁଟିବା ଖବର ବିଶ୍ୱାସଯୋଗ୍ୟ ନହେଲେ ବି ସତ୍ୟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲା ସତ୍ୟବାଦୀ ବ୍ଳକରେ। ନରେନ୍ଦ୍ରପୁର ପଞ୍ଚାୟତ ବେଣାକେରା ଖଲାସୀରେ ଜଳ ନିଷ୍କାସନ ହୋଇନପାରିବାରୁ ପ୍ରାୟ ୨ହଜାର ଏକର ଜମିରେ ଧାନ ପରିବର୍ତ୍ତେ କଇଁ ଫୁଟିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଲଗାତାର ୨ଥର ଶାରଦ ଧାନଚାଷ ଲଗାଣ ବର୍ଷାରେ ଧୋଇଯିବା ପରେ ଚାଷୀମାନେ ଧାର କରଜ କରି ତୃତୀୟ ଥର ଲାଗି ଧାନଚାରା ରୋଇ ଚାଷ କରିଥିଲେ। ବାଙ୍କୋଇ, ଖଜରା, ପୂଜା, ମସୁରୀ ଓ ଭୁତିଆ ଆଦି କିସମର ଧାନ ଚାଷ କରାଯାଇଥିଲା।
ମଧୁବନ ପଞ୍ଚାୟତର ହାଟପଡା, ଡାହାଣ, କୁମ୍ଭାରପଡା, ନଡାଖଣ୍ଡ ଓ ନୂଆସୋମେଶ୍ୱରପୁର ପଞ୍ଚାୟତର ବନପୁର, ବସ୍ତପଡା, ନୂଆସୋମେଶ୍ୱରପୁର, ପୁରୁଣାସୋମେଶ୍ୱରପୁର, ବାରଘରିଆ ସାହି, ଆଠବାଟିଆ ଓ ଉତ୍ତରପଡା ଗ୍ରାମର ଗହିରରେ ହୋଇଥିବା ଧାନଚାଷ ହୋଇଥିଲା। ମାତ୍ର ଧାନ ପରିବର୍ତ୍ତେ ଉକ୍ତ ଜମି ଏବେ କଇଁଫୁଲ ଜଙ୍ଗଲରେ ପରିଣତ ହୋଇଯାଇଛି। ଏହାଦେଖି ଚାଷୀମାନେ ହତୋତ୍ସାହିତ ହୋଇପଡ଼ିଛନ୍ତି। ସତ୍ୟବାଦୀ ବ୍ଲକର ଅନେକ ଅଞ୍ଚଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବାବେଳେ କୃଷି ବିଭାଗର କୌଣସି ପଦାଧିକାରୀ କିମ୍ବା ରାଜନେତା ଏଯାଏ ଘଟଣାସ୍ଥଳ ପରିଦର୍ଶନ କରିନଥିବା ଯୋଗୁଁ ଏହା ଚାଷୀଙ୍କୁ ଅଧିକ ମର୍ମାହତ କରିଛି। ଲଗାତାର ୩ ଥର ଚାଷ କରିବାପରେ ଜମିରେ କଇଁ ଫୁଲ ଫୁଟିବା ଦେଖି ସର୍ବସ୍ୱାନ୍ତ ହୋଇପଡ଼ିଥିବା ଚାଷୀମାନେ ଋଣ ପରିଶୋଧ ଚିନ୍ତାରେ ପଡ଼ିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯିବା, ସରକାରୀ ସହାୟତା ପ୍ରଦାନ ସହ ପୁନଃ ଚାଷ ଲାଗି ଆବଶ୍ୟକ ଋଣ ଯୋଗାଇଦେବା ଲାଗି ସାଧାରଣରେ ଦାବି ହେଉଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories