ମଙ୍ଗଳବାର ରାଶିଫଳ (୦୮/୧୧/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Nov 8, 2022 Share ମେଷ : ସାହସୀ ହେବେ। ଶୂରବୀରଭାବେ ପରିଗଣିତ ହେବେ। ଧୈର୍ଯ୍ୟବାନ୍ ହୋଇପାରନ୍ତି। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ଜିଣିବେ। ଧନଲାଭ ହେବ। କଟୁତା ପ୍ରକାଶ ପାଇପାରେ। ବୃଷ : କର୍ମଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଶତ୍ରୁତାର ଅବସାନ ଘଟିବ। ବ୍ୟବସାୟ ଲାଭଜନକ ହେବ। ଥଣ୍ଡାଜନିତ ଅସୁସ୍ଥତା ଅନୁଭବ କରିବେ ଓ ଖର୍ଚ୍ଚାନ୍ତ ହେବେ। ମିଥୁନ : ମହଦାକାଂକ୍ଷୀ ହୋଇପାରନ୍ତି। ସୁସ୍ଥ ଓ ନିରୋଗ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବେ। କର୍କଟ : ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ବ୍ୟବସାୟ ଲାଭଜନକ ହେବ। କୁଳ ଉଳକାରୀ ହେବେ। ଦୟାଳୁ ସ୍ବଭାବର ହେବେ। ଯଶ ଅର୍ଜନ କରିପାରନ୍ତି । ପାରିବାରିକ ସ୍ନେହ ଅତୁଟ ରହିବ। ସିଂହ : ସୌଭାଗ୍ୟଶାଳୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କନ୍ୟା : ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କଟୁଭାଷୀ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। Related Posts ଡିଜେଲ ଚୋରକୁ ମାଡି ବସିଲେ ଗାଡ଼ି ଚାଳକ,… Jan 11, 2025 ଆସାମ କୋଇଲା ଖଣି ଦୁର୍ଘଟଣା – ଉଦ୍ଧାର… Jan 11, 2025 ତୁଳା : ବନ୍ଧୁମିଳନରେ ଉପକୃତ ହେବେ। ମାନବିକ ଧର୍ମଭାବେ ସମାଜସେବାକୁ ଆଦରି ନେଇପାରନ୍ତି। ବେଳେବେଳେ ମନରେ ଅହିଂସାଭାବ ଆସିପାରେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ। ଧୈର୍ଯ୍ୟବାନ୍ ହେବେ। ବିଛା : ଶତ୍ରୁକୁ ଶରଣାଗତ କରାଇପାରନ୍ତି। ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ। ସୁସ୍ଥ ଓ ନିରାମୟ ରହିବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବେ। ଧନୁ : ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍ କେହି କିଛ ଅର୍ଥ ଯାଚିକରି ଦେଇପାରେ। ବ୍ୟବସାୟାଦି ବିଭିନ୍ନ ସଂସ୍ଥାରୁ ଧନାଗମ ହେବ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଧାର୍ମିକ ଓ ତେଜସ୍ବୀ ହେବେ। ମକର : କୃଷି କର୍ମକାରୀ ହୋଇପାରନ୍ତି। ଜଳ ପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଯାନବାହନ ସୁଖ ମିଳିପାରେ। ଉଦାର ସ୍ବଭାବର ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୀର୍ତ୍ତିମାନ୍ ହେବେ। କୁମ୍ଭ : ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଈଶ୍ବରବିଶ୍ବାସୀ ହେବେ। ଭାଷା ସ୍ନେହପୂର୍ଣ୍ଣ ହେବ। ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହେବେ। ମୀନ : ବିତ୍ତବାନ୍ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ସ୍ତ୍ରୀ ବିଳାସୀ ହେବେ। ମିତ୍ରଙ୍କ ସହାୟତା ମିଳିବ। ସୁସ୍ବାଦୁ ଭୋଜନ ରୁଚିକର ହେବ। Share FacebookTwitterWhatsApp
Comments are closed.