www.samajalive.in
Tuesday, December 9, 2025
15.1 C
Bhubaneswar

ପାନୀୟ ଜଳ ଯୋଗାଣରେ ହୋଇଥିବା ଦୁର୍ନୀତି ବିରୋଧରେ ଗଣଧାରଣା

ମୁଖୀଗୁଡା: ଜୟପାଟଣା ସହରକୁ ପାଇପଲାଇନ ଯୋଗେ ପାନୀୟ ଜଳଯୋଗାଣରେ ହୋଇଥିବା ଦୁର୍ନୀତି ବିରୋଧରେ ସୋମବାର ଗଣ ଧାରଣା କରାଯାଇଛି। ପାନୀୟ ଜଳଯୋଗାଣରେ ବ୍ୟାପକ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ କରି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଜୟପାଟଣା ସହରକୁ ପାନୀୟ ଜଳ ଯୋଗାଣରେ ସମ୍ପୃକ୍ତ ଥିବା ସହକାରୀ ଯନ୍ତ୍ରୀ ନିହାର ମଲ୍ଲିକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ତଥା ଅନ୍ୟତ୍ର ବଦଳି ଏବଂ ଜୟପାଟଣା ସହରର ପ୍ରତ୍ୟେକ ୱାର୍ଡକୁ ପାନୀୟ ଜଳ ଯୋଗାଣ ଦାବିରେ ଆଜି ଜୟପାଟଣାର ଜନସାଧାରଣ ଜୟପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ଭୁଖରେ ଧାରଣାରେ ବସିଥିଲେ।

ଆଜି ଜୟପାଟଣାର ଶତାଧିକ ଜନସାଧାରଣ ଜୟପାଟଣା ଦୁର୍ଗା ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଧାରଣାରେ ବସିଥିଲେ। ଜୟପାଟଣା ସହରକୁ ପାଇପ ଲାଇନ ଯୋଗେ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସତ୍ତ୍ବେ ଜୟପାଟଣା ସହରକୁ ପାନୀୟ ଜଳଯୋଗାଣ ହୋଇପାରିଲା ନାହିଁ। ଏହି କାମ ନିମ୍ନ ମାନର ଏବଂ ବ୍ୟାପକ ଦୁର୍ନୀତି ହୋଇଥିବା ସମ୍ପର୍କରେ ଜୟପାଟଣା ସରପଞ୍ଚ ୫ଟି ସଚିବ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ, ହେଲେ କୌଣସି ସୁଫଳ ନମିଳିବାରୁ ଆଜି ୩ ଦଫା ନେଇ ଜୟପାଟଣା ସରପଞ୍ଚ ମୌସୁମୀ ଡଙ୍ଗରୀଙ୍କ ନେତୃତ୍ୱରେ ଗଣ ଧାରଣା ଦିଆଯାଇଥିଲା। ଏହି ଗଣ ଧାରଣାକୁ ଆମ ଆଦମୀ ପାର୍ଟି ଜୟପାଟଣା ବ୍ଲକର କର୍ମକର୍ତ୍ତାମାନେ ସମର୍ଥନ ଜଣାଇଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories