ବଳାତ୍କାର ଅଭିଯୋଗ; ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗିରଫ

ସିଡ୍‌ନୀ: ଅଷ୍ଟ୍ରେଲିଆରେ ଗିରଫ ହୋଇଛନ୍ତି ଶ୍ରୀଲଙ୍କା ଦଳର କ୍ରିକେଟର ଦନୁଷ୍କା ଗୁଣତିଲକା। ଜଣେ ୨୯ ବର୍ଷୀୟ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଦନୁଷ୍କାଙ୍କୁ ସିଡ୍‌ନୀ ସିଟି ପୁଲିସ ଗିରଫ କରିଛି। ବିଶ୍ବକପ୍‌ରୁ ବିଦାୟ ପରେ ଶ୍ରୀଲଙ୍କା ଦଳ ରବିବାର ସ୍ଥାନୀୟ ସମୟ ସକାଳ ୬ଟାରେ ବିମାନ ଚଢ଼ିବାର ଥିଲା। ହେଲେ ରାତି ୩.୩୦ରେ ସିଡ୍‌ନୀ ପୁଲିସ ହୋଟେଲରେ ପହଞ୍ଚି ଗୁଣତିଳକଙ୍କୁ ଗିରଫ କରି ନେଇ ଯାଇଥିଲା। ଶ୍ରୀଲଙ୍କା ଦଳ ସ୍ବଦେଶ ଫେରି ଯାଇଥିବା ବେଳେ ଗୁଣତିଳକ ପୁଲିସ ହିଫାଜତରେ ଅଛନ୍ତି।
ଗିରଫ ପରେ ଗୁଣତିଳକଙ୍କୁ କୋର୍ଟରେ ହାଜର କରା ଯାଇଥିଲା। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଏବେ ସେ ପୁଲିସ ହିପାଜତରେ ଅଛନ୍ତି।

prayash

ସୂଚନା ଅନୁଯାୟୀ, ପୀଡ଼ିତା ମହିଳା ଓ ଗୁଣତିଳକ ପରସ୍ପରଙ୍କୁ ଜାରିଥିଲେ। ଦୁହେଁ ଏକ ଡେଟିଂ ଆପ୍‌ ଜରିଆରେ ବେଶ୍‌ କିଛିଦିନ ହେଲା ପରସ୍ପରଙ୍କ ସହ ଯୋଗାଯୋଗରେ ଥିଲେ। ଗତ ୨ ତାରିଖରେ ଗୁଣତିଳକ ଓ ଉକ୍ତ ଯୁବତୀ ଏକ ସ୍ଥାନକୁ ଯାଇଥିଲେ। ସେଠାରେ ତାଙ୍କ ବିନା ସହମତିରେ ଗୁଣତିଳକ ତାଙ୍କ ସହ ବଳପୂର୍ବକ ପ୍ରାୟ ୪ ଥର ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଉକ୍ତ ଯୁବତୀ ପୁଲିସ୍‌ରେ ଅଭିଯୋଗ କରିଥିଲେ। ସିଡ୍‌ନୀ ସିଟି ପୁଲିସ ଘଟଣାର ଅନୁଧ୍ୟାନ କରିବା ପରେ ଦନୁଷ୍କାଙ୍କୁ ଗିରଫ କରିଛି। ଟ୍ବେଣ୍ଟି୨୦ ବିଶ୍ବକପ ଲାଗି ଶ୍ରୀଲଙ୍କା ଦଳରେ ବାମହାତି ବ୍ୟାଟ୍‌ସ୍ୟାନ ଦନୁଷ୍କା ଗୁଣତିଳକ ସାମିଲ ହୋଇଥିଲେ।

ପ୍ରଥମ ରାଉଣ୍ଡ ମ୍ୟାଚରେ ସେ ଆହତ ହେବାରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଥିଲେ ହେଁ ଦଳ ସହ ରହିଥିଲେ। ତାଙ୍କ ସ୍ଥାନରେ ଆସେନ ବାନ୍ଦେରାଙ୍କୁ ଦଳରେ ସାମିଲ କରା ଯାଇଥିଲା। ଗୁଣତିଳକ ଏପଯ୍ୟନ୍ତ ୮ଟି ଟେଷ୍ଟ, ୪୭ଟି ଦିନିକିଆ ଓ ୪୬ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଛନ୍ତି। ଶ୍ରୀଲଙ୍କା କ୍ରିକେଟ୍‌ (ଏସ୍‌ଏଲ୍‌ସି) ପକ୍ଷରୁ କୁହାଯାଇଛି ଯେ ଆଇସିସି ସହ ଯୋଗାଯୋଗ କରି ଏହା ଅଭିଯୋଗର ତଦନ୍ତ କରିବ। ଯଦି ଗୁଣତିଳକ ଦୋଷୀ ପ୍ରମାଣିତ ହେବ; ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଯାହାହେଉ; ଯଦି ଗୁଣତିଳକ ଦୋଷୀ ପ୍ରମାଣିତ ହୁଅନ୍ତି ଏବଂ ଅପରାଧୀ ପ୍ରମାରିତ ହୋଇ ଦଣ୍ଡିତ ହୁଅନ୍ତି; ତେବେ କ୍ରିକେଟ୍‌ ଦୁନିଆରେ ଏହା ବଡ଼ କଳଙ୍କ ହେବ।

kalyan agarbati

Comments are closed.