ପାକିସ୍ତାନ-ନ୍ୟୁଜିଲାଣ୍ଡ, ଭାରତ-ଇଂଲଣ୍ଡ ସେମିଫାଇନାଲ

ଦକ୍ଷିଣ ଆଫ୍ରିକାକୁ ବିଦାକଲା ନେଦରଲାଣ୍ଡ୍‌ସ

ଆଡିଲେଡ୍‌: ଆଇସିସି ଟୁର୍ଣ୍ଣାମେଣ୍ଟରେ ଝୁଣ୍ଟିବା ଦକ୍ଷିଣ ଆଫ୍ରିକା ଦଳର ଅଭ୍ୟାସରେ ପରିଣତ ହୋଇଛି। ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ରବିବାର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଜିତିଥିଲେ ଗ୍ରୁପ୍‌-୨ର ୨ୟ ସ୍ଥାନରେ ରହି ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଖେଳିଥାଆନ୍ତା। ମୁକାବିଲା ଥିଲା ୧୨ଟି ଦଳଙ୍କ ମଧ୍ୟରେ ସବୁଠାରୁ କମ୍ ମାନ୍ୟତା (୧୭) ପାଇଥିବା ଦୁର୍ବଳ ନେଦରଲାଣ୍ଡ୍‌ସ ବିପକ୍ଷରେ। ତେଣୁ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଖେଳିବା ନିଶ୍ଚିତ ଲାଗୁଥିଲା। ହେଲେ କିଏ ଭାବିଥିଲା ଯେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍‌ସ ହରାଇ ଏହାକୁ ବିଦାୟର ରାସ୍ତା ଦେଖାଇବ। ହେଲେ ଏହା ହୋଇଥିଲା ଏବଂ ଦକ୍ଷିଣ ଆଫ୍ରିକା ତା’ର କ୍ରିକେଟ୍‌ ଇତିହାସରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦକ୍ଷିଣ ଆଫ୍ରିକାକୁ ୧୩ ରନ୍‌ରେ ପରାସ୍ତ କରିଛି ନେଦରଲାଣ୍ଡ୍‌ସ। ଏହା ନେଦରଲାଣ୍ଡ୍‌ସ କ୍ରିକେଟ୍‌ ଇତିହାସରେ ସବୁଠାରୁ ବଡ଼ ବିଜୟ। ଦକ୍ଷିଣ ଆଫ୍ରିକା ହାରିବା ପରେ ଭାରତର ସେମିଫାଇନାଲ ଖେଳିବା ନିଶ୍ଚିତ ହୋଇ ଯାଇଥିବା ବେଳେ ପାକିସ୍ତାନକୁ ପୁନର୍ଜୀବନ ମିଳିଥିଲା। କଲିନ୍ ଆକରମ୍ୟାନଙ୍କ ବିସ୍ଫୋରକ ୪୧ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ୪ ୱିକେଟରେ ୧୫୮ ରନ୍‌ କରିଥିଲା। ପରେ ଦକ୍ଷିଣ ଆଫ୍ରିକା ନିୟମିତ ୱିକେଟ ହରାଇ ୨୦ ଓଭରରେ ୮ ୱିକେଟରେ ୧୪୫ ରନ୍‌ କରି ପାରିଥିଲା। ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ସହ ୩ୟ ଏବଂ ନେଦରଲାଣ୍ଡ୍‌ସ ୪ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହି ବିଦାୟ ନେଇଛନ୍ତି। ୪ର୍ଥ ସ୍ଥାନରେ ରହିବାରୁ ନେଦରଲାଣ୍ଡ୍‌ସ ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି।

prayash

ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍‌ଡିଂ ନେବା ପରେ ନେଦରଲାଣ୍ଡ୍‌ସ ଓପ୍‌ନିଂ ଯୋଡ଼ିରେ ୫୮ ରନ୍‌ କରିଥିଲା। ଷ୍ଟିଫେନ୍ ମାୟବର୍ଗ ୩୦ ବଲ୍‌ରୁ ୭ଟି ଚୌକା ସହ ୩୭ ରନ୍‌ କରିଥିଲେ। ଅନ୍ୟ ଓପ୍‌ନର ମ୍ୟାକ୍ସ ଓ’ଡୌଡ୍‌ ୩୧ ବଲ୍‌ରୁ ୨୯ ରନ୍‌ କରିଥିଲେ। ତେବେ ଟମ୍‌ କୁପର ଓ କଲିନ୍ ଆକରମ୍ୟାନ ଆକ୍ରମଣ କରିଥିଲେ। କୁପର ୧୯ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୫ ରନ୍‌ କରିଥିଲେ। ଆକରମ୍ୟାନ ବିଧ୍ବଂସୀ ବ୍ୟାଟିଂ କରିବାରୁ ନେଦରଲାଣ୍ଡ୍‌ସ ଶେଷ ୧୭ ବଲ୍‌ରୁ ୩୫ ରନ୍‌ କରିଥିଲା। ଆକରମ୍ୟାନ୍ ୨୬ ବଲ୍‌ରୁ ୨ଟି ଛକା ଓ ୩ଟି ​‌େ​ଚୗକା ସହ ୪୧ ରନ୍‌ରେ ଅପରାଜିତ ଥିଲେ। ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡସ ୧୨ ରନ୍‌କରି ଅପରାଜିତ ଥିଲେ। କେଶବ ମହାରାଜ ୨ଟି ୱିକେଟ ନେଇଥିଲେ। ୧୫୯ ରନ୍‌ ଦକ୍ଷିଣ ଆଫ୍ରିକା ପାଇଁ କଷ୍ଟକର ନଥିଲେ ମଧ୍ୟ ଏହା ନିୟମିତ ଭାବେ ୱିକେଟ ହରାଇବାରୁ ପଛରେ ପଡ଼ି ଯାଇଥିଲା। କ୍ବିଣ୍ଟନ୍ ଡି କକ୍ ୧୩ ବଲ୍‌ରୁ ୧୩ ଓ ତେମ୍ବା ବଭୁମା ୨୦ ବଲ୍‌ରୁ ୨୦ ରନ୍‌ କରିଥିଲେ। ନିୟମିତ ୱିକେଟ ପଡ଼ିବାରୁ ଦକ୍ଷିଣ ଆଫ୍ରିକାର ଆବଶ୍ୟକ ରନ୍‌ହାର ବଢ଼ି ଚାଲିଥିଲା। ରାଇଲି ରୁସୌ ୧୯ ବଲ୍‌ରୁ ୨ଟି ଚୌକା ସହ ୨୫ ରନ୍‌ କରିଥିଲେ। ଐଡେନ୍ ମାର୍କରାମ ଓ ଡେଭିଡ୍‌ ମିଲର ୧୭ ରନ୍‌ ଲେଖାଏଁ କରିଥିଲେ। ହେନ୍‌ରିକ୍‌ କ୍ଲାସେନ୍ ୧୮ ବଲ୍‌ରୁ ୨୧ ଏବଂ କେଶବ ମହାରଜ ୧୩ ରନ୍‌ କରିଥିଲେ। ବ୍ରେଣ୍ଡନ ଗ୍ଲୋଭର ମାତ୍ର ୯ ରନ୍‌ଦେଇ ୩ଟି ଏବଂ ଫ୍ରେଡ୍‌ କ୍ଲାସେନ୍‌ ଓ ବାସ୍‌ ଡି ଲିଡେ ୨ଟି ଲେଖାଏଁ ୱିକେଟ ନେଇଥିଲେ। କଲିନ୍ ଆକରମ୍ୟାନ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

kalyan agarbati

Comments are closed.