ବାୟୁ ସ୍ୱଚ୍ଛତା ନେଇ ରାଜସ୍ଥାନ ଏବଂ ପଞ୍ଜାବ ସରକାର ଯତ୍ନବାନ୍‌ ନୁହନ୍ତି : ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ : ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, ଜମିରେ ଫସଲ ଅବଶିଷ୍ଟାଂଶ ପୋଡ଼ିବା ଯୋଗୁଁ ବାୟୁ ପ୍ରଦୂଷଣ ବହୁ ପରିମାଣରେ ବୃଦ୍ଧି ପାଇଛି । ଗତ ଅକ୍ଟୋବର ମାସରେ ରାଜସ୍ଥାନରେ ତୁଳନାତ୍ମକ ଭାବରେ ୧୬୦ ପ୍ରତିଶତ ଏବଂ ପଞ୍ଜାବରେ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଦିଲ୍ଲୀରେ ମଧ୍ୟ ବାୟୁ ପ୍ରଦୂଷଣ ଅତ୍ୟଧିକ ବୃଦ୍ଧି ପାଇଛି ବୋଲି ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ହରିୟାଣା ଏବଂ ଉତ୍ତର ପ୍ରଦେଶରେ ଜମିରେ ଫସଲ ଅବଶିଷ୍ଟାଂଶ ପୋଡ଼ିବା ଘଟଣା ଯଥେଷ୍ଟ ପରିମାଣରେ ହ୍ରାସ ପାଇଥିବା ସେ ସୂଚନା ଦେଇଛନ୍ତି ।

prayash

ବାୟୁ ସ୍ୱଚ୍ଛତା ନେଇ ରାଜସ୍ଥାନ ଏବଂ ପଞ୍ଜାବ ସରକାର ଯତ୍ନବାନ୍‌ ନୁହନ୍ତି ବୋଲି ଡକ୍ଟର ସିଂହ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଫସଲ ଅବଶିଷ୍ଟାଂଶକୁ ପରିଚାଳନା କରିବାରେ ଏହି ରାଜ୍ୟର ସରକାର ବିଫଳ ହୋଇଛନ୍ତି ଏବଂ ଏ ଦିଗରେ ମଞ୍ଜୁର ହୋଇଥିବା ଅର୍ଥର ସଠିକ୍‌ ବିନିଯୋଗ ମଧ୍ୟ କରୁ ନାହାନ୍ତି । ଫସଲ ଅବଶିଷ୍ଟାଂଶ ପରିଚାଳନା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୩ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିଛନ୍ତି । କେବଳ ପଞ୍ଜାବ ପାଇଁ ୧ ହଜାର ୫୦୦
କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

 

kalyan agarbati

Comments are closed.