www.samajalive.in
Tuesday, December 9, 2025
15.1 C
Bhubaneswar

ମଟର ୱାର୍କର ୟୁନିୟନ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଚେତାବନୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ନିଳକଣ୍ଠେଶ୍ୱର ମଟର ୱାର୍କର ୟୁନିୟନ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ସାମିଲ ପାଇଁ ସ୍ଥାନୀୟ ପୁଲିସକୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ଆଜି ମଟର ୱାର୍କର ୟୁନିୟନର ସଭାପତି ଗଜେନ୍ଦ୍ର ଗରଡ଼ିଆଙ୍କ ନେତୃତ୍ୱରେ ନାରାୟଣପୁର ପଞ୍ଚାୟତର ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣ ମଣ୍ଡପଠାରେ ସମସ୍ତେ ଏକତ୍ରିତ ହୋଇ ବୈଠକ କରିଥିଲେ। ସେହିଠାରୁ ବାଇକ ଶୋଭାଯାତ୍ରାରେ ଆସି ଥାନାରେ ଏକ ଲିଖିତ ଅଭିଯୋଗ ଥାନା ଅଧିକାରୀ ମୁକୁନ୍ଦଦେବ ନାୟକଙ୍କ ଉପସ୍ଥିତିରେ ଏଏସଆଇ ଅଶୋକ କୁମାର ନାୟକଙ୍କୁ ପ୍ରଦାନ କରିଛନ୍ତି । ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସମ୍ବଲପୁରଠାରୁ ଭୁବନେଶ୍ୱର ନବୀନ ନିବାସ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା କରାଯାଉଛି । ୨୦୨୧ ମସିହା ଅଗଷ୍ଟ ୨୯ ତାରିଖ ଦିନ ମହାସଂଘ ପକ୍ଷରୁ ଓଡ଼ିଶା ସରକାରଙ୍କୁ ୯ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ତାହା ଦୀର୍ଘ ଦିନ ଧରି ଦାବି ପୂରଣ ନହେବା ଯୋଗୁଁ ଉକ୍ତ ଦଣ୍ଡବତ ଯାତ୍ରା ଆୟୋଜନ କାରାଯାଇଛି । ତେଣୁ ଓଡ଼ିଶା ଡ୍ରାଇଭର ମହାସଂଘ ଡାକରା ଆସିଲେ ଉକ୍ତ ବ୍ଲକର ସମସ୍ତ ଡ୍ରାଇଭର ଭାଇମାନେ ଷ୍ଟେରିଙ୍ଗ ଛାଡି ଆନ୍ଦୋଳନରେ ଯୋଗଦେବୁ ବୋଲି ଉଲ୍ଲେଖ କରିଛନ୍ତି । ଏଥିରେ ସଂଘର ସଭାପତି ଗଜେନ୍ଦ୍ର ଗରଡ଼ିଆ, ରାମ ପ୍ରସାଦ ପାଢ଼ୀ, ମଧୁସୁନ୍ଦର କୌଶଲ୍ୟା, ନାଗା ଭୂଷଣ ତାଡିଙ୍ଗିଙ୍କ ସମେତ ସମସ୍ତ ଡ୍ରାଇଭର ଉପସ୍ଥିତ ରହିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories