ଦିଲ୍ଲୀ ପ୍ରଦୂଷଣ ; ଆସନ୍ତା ୧୦ରେ ଶୁଣାଣି
ଜନସ୍ୱାର୍ଥ ମାମଲାକୁ ଗ୍ରହଣ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦିଲ୍ଲୀ ଓ ଏନସିଆରରେ ପ୍ରଦୂଷଣର ମାତ୍ରା ଖୁବ ଅଧିକ ବୃଦ୍ଧି ପାଉଥିବାରୁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାକୁ ଗ୍ରହଣ କରିଛନ୍ତି । ଆବେଦନ ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ପ୍ରଦୂଷଣର ମାତ୍ରା କମ୍ କରିବା ପାଇଁ ବିଭିନ୍ନ ପଦ୍ଧତି ଓ ଉପାୟ ଅବଲମ୍ବନ କରିବା ପାଇଁ ନିଦେ୍ର୍ଦଶ ଦେବା ପାଇଁ ଦାବି ହୋଇଛି । ସୁପ୍ରିମକୋର୍ଟ ଏହି ମାମଲା ଉପରେ ଆସନ୍ତା ୧୦ ତାରିଖରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।
ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ନେଇ ମାମଲାକୁ ଗ୍ରହଣ କରିଛନ୍ତି ସୁପ୍ରିକକୋର୍ଟ । ଦିଲ୍ଲୀ ଓ ଏନସିଆର ଗ୍ୟାସ ଚାମ୍ବରରେ ପରିଣତ ହୋଇଥିବା ନେଇ ପିଟିସନ୍ ହୋଇଛି । ପିଟିସନରେ ଦିଲ୍ଲୀ, ପଞ୍ଜାବ, ୟୁପି, ହରିୟାଣା, ସରକାରଙ୍କୁ ଦୋଷାରୋପ ହୋଇଛି । ଗମ୍ଭୀରତାକୁ ଦେଖି ଆସନ୍ତା ୧୦ରେ ମାମଲା ଶୁଣାଣି ନେଇ ତାଲିକାଭୁକ୍ତ କରାଯାଇଛି ।
Comments are closed.