www.samajalive.in
Sunday, December 7, 2025
14.1 C
Bhubaneswar

ଗ୍ୟାସ୍ ଲିକ୍ ପରେ କାରଖାନାରେ ନିଆଁ ଲାଗି ୩ ମୃତ, ୬ ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀର ନରେଲା ସ୍ଥିତ ଏକ କାରଖାନାରେ ଶନିବାର ଭୋର ୩ଟାରେ ଏକ ଅଘଟଣ ଘଟିଛି। କାରଖାନାରେ ଅଗ୍ନିକାଣ୍ଡ ଘଟି କାରଖାନାରେ ଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। କାରଖାନାରେ ନିଆଁ ଲାଗିବା ନେଇ ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନା ୱିଣ୍ଡୋ ନା ସ୍ପ୍ଲିଟ୍ : ଆସିଗଲା ଏମିତି ଏସି ; ଯୁଆଡେ ଚାହିଁବେ ସିଆଡେ ନେବେ, ଦାମ୍ ଏତିକି..

- Advertisement -

ଦିଲ୍ଲୀ ଦମକଳ ବାହିନୀ କହିବାନୁଯାୟୀ, ଶନିବାର ଭୋର ୩ଟାରେ ନରେଲା ସ୍ଥିତ କାରଖାନାରେ ନିଆଁ ଲାଗିବା ନେଇ ସେମାନେ ଖବର ପାଇଥିଲେ। ତୁରନ୍ତ ନିଆଁକୁ କାବୁ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। କାରଖାନାରେ ଥିବା ୯ ଜଣଙ୍କୁ ଉଦ୍ଧାର କରିଥିଲେ। ଗ୍ୟାସ ଲିକ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories