ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଲେପଡାରେ ଗତ ୩୧ ତାରିଖ ରାତିରେ ନାଗ ଚତୁର୍ଥୀ ପୂଜା ଧୁମଧାମରେ ଅନୁଷ୍ଠିତ ହେଉଥିବା ବେଳେ ସେହି ଗ୍ରାମର ଭୁତଲୁ ଓରାମ ନାମକ ଜନୈକ ଯୁବକଙ୍କ ଉପରେ କିଛି ଅସାମାଜିକ ଯୁବକ ଧାରୁଆ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ରେଙ୍ଗାଲି ଥାନାରେ ଅଭିଯୋଗ ହୋଇଥିଲା । ଆକ୍ରମଣରେ ଗୁରୁତର ଆଘାତ ହୋଇଥିବା ଭୁତଲୁ ଓରାମଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୁତଲୁ ଓରାମଙ୍କ ଅବସ୍ଥା ଏବେମଧ୍ୟ ସଙ୍କଟାପନ୍ନ ଥିବା ପୁଳିସ ସୁତ୍ରରୁ ପ୍ରକାଶ । ରେଙ୍ଗାଲି ପୁଲିସ ଏହାର ତନାଘନା କରି ଘଟଣାରେ ସଂପୃକ୍ତ ଥିବା ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରେଙ୍ଗାଲି ଆଇଆଇସି ଧବଲେଶ୍ୱର ସାହୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନେ ହେଲେ ପ୍ରତାପ ମହାନନ୍ଦ(୨୭) ରବି ମହାନନ୍ଦ(୨୫) ନିରଞ୍ଜନ ମହାନନ୍ଦ(୨୭) ନିର୍ମଳ ଲୁହା(୩୬) ପ୍ରକାଶ ମହାନନ୍ଦ(୪୭) ମନୋଜ ସୁନାନୀ(୩୦) ରମ୍ଭୁ ନାଗ(୨୮) ସୁନିଲ ମାଝି(୩୨) ଏବଂ ଦେବାଷିଶ ବାରିକ(୨୪) ଦେବାଷିଶ କାଶିପାଲିର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ୮ଜଣ ଅଭିଯୁକ୍ତ ଚାଉଲଡିପୋର ବାସିନ୍ଦା।
Popular Categories



