www.samajalive.in
Monday, December 15, 2025
16.1 C
Bhubaneswar

କୋଟିଏ ଟଙ୍କାର ଘରେ ରହୁଛି ‘ରାଧା’

ରାଜସ୍ଥାନସ୍ଥିତ ଧାନୋଲ ଗାଁ ବାସିନ୍ଦା ହେଉଛନ୍ତି ନରେନ୍ଦ୍ର ପୁରୋହିତ । ମୁମ୍ବଇରେ ତାଙ୍କର ବ୍ୟବସାୟ ଅଛି। ପ୍ରତି ମାସରେ ଗାଁରୁ ମୁମ୍ବଇ ୪-୫ଥର ସେ ଯା-ଆସ କରନ୍ତି। ଶିଳ୍ପପତି ନରେନ୍ଦ୍ର ଚର୍ଚ୍ଚାକୁ ଆସିବା ପଛର କାରଣ ହେଉଛି ତାଙ୍କ ଗାଈ ‘ରାଧା’। ପିଲାଟିଦିନରୁ ଘରେ ‘ଗୋମାତା ପୂଜା’ ହେବା ଦେଖି ନରେନ୍ଦ୍ରଙ୍କ ମନରେ ମଧ୍ୟ ଗାଈଙ୍କ ପ୍ରତି ଶ୍ରଦ୍ଧା, ଆଦର ବଢ଼ିଲା। ମା’, ବଡ଼ ମା’ ତାଙ୍କୁ ସବୁବେଳେ ବୁଝାଉଥିଲେ ଗାଈର ସେବା କଲେ ଜୀବନରେ ଉତରୋତ୍ତର ଉନ୍ନତି କରିବୁ। କଲେଜ ପଢ଼ାଦିନୁ ସେ ଘର ପାଖ ଗୋଶାଳା ଯାଇ ଗାଈଙ୍କ ସେବା କରୁଥିଲେ। ବ୍ୟବସାୟ ଆରମ୍ଭ କରିବା ପରେ ନରେନ୍ଦ୍ର ନିଜର ଗାଈଟେ କିଣି ଆଣିଲେ। ଗାଈକୁ ଘରକୁ ଆଣିବା ଦିନ ସେ ବାଜା ରୋଷଣି କରି ଗୋଶାଳାରେ ପହଞ୍ଚିଥିଲେ। ପୂଜାର୍ଚ୍ଚନା କରି ଗାଈକୁ ଘରକୁ ଆଣି ତା’ ନାଁ ‘ରାଧା’ ରଖିଲେ। ଗାଈ ଘରକୁ ଆସିବା ପରେ ତାଙ୍କ ବ୍ୟବସାୟ ଆଗ ଅପେକ୍ଷା ଭଲ ଚାଲୁଛି । ଏବେ ଗାଈ ପାଇଁ ସେ କୋଟିଏ ଟଙ୍କା ଖର୍ଚ୍ଚ କରି ସୁନ୍ଦର ଘରଟେ ତିଆରି କରିଛନ୍ତି। ରାଧାର ଦେଖାରଖା କରିବାକୁ ୪ଜଣ ଲୋକ ମଧ୍ୟ ଅଛନ୍ତି । ଦେଶୀ ଘିଅରେ ତିଆରି ଲଡୁ ରାଧାର ଭାରି ପ୍ରିୟ । ଦିନକୁ ୧୫-୨୦ଟି ଲଡ଼ୁ ରାଧା ନିଶ୍ଚୟ ଖାଇବ । ନରେନ୍ଦ୍ରଙ୍କ ପତ୍ନୀ ବିମଳା ପ୍ରତିଦିନ ଗୋମାତାର ପୂଜା କରୁଛନ୍ତି । ନରେନ୍ଦ୍ର ବ୍ୟବସାୟ କାମରେ ଦୂରରେ ଥିଲେ, ସିସିଟିଭି ଜରିଆରେ ରାଧାକୁ ବରାବର ଦେଖୁଥାନ୍ତି । ତାଙ୍କ ସଫଳତାର ଶ୍ରେୟ ସେ ନିଜ ଗାଈ ‘ରାଧା’କୁ ଦେଇଛନ୍ତି ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories