www.samajalive.in
Sunday, December 14, 2025
23.1 C
Bhubaneswar

ବେଆଇନ ଗୁଟଖା ତିଆରି କାରଖାନା ଉପରେ ଚଢ଼ଉ ; ଚାରି ଲକ୍ଷ ଟଙ୍କାର ଗୁଟଖା ଜବତ,୨ ଗିରଫ 

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଗ୍ରାମର ଓଡ଼ିଆରପି  କଲୋନୀରେ ଥିବା ଏକ ଘରେ ବେଆଇନ ଗୁଟଖା ପ୍ରସ୍ତୁତ ହେଉଥିବା ଖବର ପାଇ  ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଅଚାନକ ଚଢ଼ାଉ କରି ବହୁ ପରିମାଣର ଗୁଟଖା ପ୍ୟାକେଟ ସହ କଞ୍ଚାମାଲ, ଜରି ୫ଟି ରୋଲ,ପ୍ୟାକିଂ ମେସିନ୍, ଧୂଆଁପତ୍ର, ଗୁଆ, ଅଖା ସିଲେଇ ମେସିନ୍, ଇତ୍ୟାଦି ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହା ସହ ଖୁଟୁଖା ପ୍ରସ୍ତୁତରେ ସାମିଲ ଥିବା ୨ ଜଣଙ୍କୁ ମଧ୍ୟ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଗାନ୍ଧୀନଗର ଅଞ୍ଚଳର ଶ୍ରୀକାନ୍ତ ଦାସ, ସୁରଳ ମହାରଣା ସାହିର ସନ୍ତୋଷ ମହାରଣା। ତଦନ୍ତ ବେଳେ ଜଣାପଡିଛି ଯେ,  ଅଭିଯୁକ୍ତମାନେ ପୂର୍ବରୁ ବ୍ରହ୍ମପୁରର ଏକ ମସଲା କମ୍ପାନୀ ଅଧୀନରେ କାମ କରୁଥିଲେ। ଗତ ୬ମାସ ପୂର୍ବେ ସେମାନେ ଚାକିରି ଛାଡି ପୁରୁଣା ପ୍ୟାକିଂ ମେସିନ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିର କିଣିବା ସହ ଗୁଟୁଖା ପ୍ରସ୍ତୁତ ନିମନ୍ତେ ବ୍ରହ୍ମପୁରରୁ କଞ୍ଚାମାଲ ସଂଗ୍ରହ କରିଥିଲେ ଏବଂ ବେଆଇନ୍ ଭାବେ ଗୋକୁଲ୍ ବ୍ରାଣ୍ଡ ଡିଲକ୍ସ ମିକ୍ସ ଜର୍ଦ୍ଦା ଗୁଟଖା ଉତ୍ପାଦନ କରୁଥିଲେ ଓ ନିକଟସ୍ଥ ଗ୍ରାମ ଗୁଡିକ ସହ ନିଜ ଗ୍ରାମ ବଜାରରେ ଏହାକୁ ବ୍ୟବହାର ପାଇଁ ବିକ୍ରି କରୁଥିଲେ। ଅଭିଯୁକ୍ତମାନଙ୍କୁ  ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories