www.samajalive.in
Monday, December 15, 2025
24.1 C
Bhubaneswar

ଆସନ୍ତା ୧୧ରୁ ବୌଦ୍ଧରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ

ବୌଦ୍ଧ: ବୌଦ୍ଧ ଜିଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ପ୍ରତିବର୍ଷ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ ପ୍ରତିଯୋଗିତା କରିଆସୁଥିବା ବେଳେ ଚଳିତ ବର୍ଷ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ସହଯୋଗରେ ବୌଦ୍ଧ ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ୧୯ ବର୍ଷରୁ କମ ବୟସ ଖେଳାଳିଙ୍କୁ ନେଇ ବୌଦ୍ଧଠାରେ ରାଜ୍ୟସ୍ତରୀୟ ଚମ୍ପିୟାନସିପ ପ୍ରତିଯୋଗିତା ହେବାକୁ ଯାଉଛି । ଏନେଇ ଗତକାଲି  ଜିଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ମାରୱାଡି ଧର୍ମଶାଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଜିଲା ବ୍ୟାଡମିଣ୍ଟନ ସଂଘର ସଭାପତି ଜୁଲିୟସସିଜର ମହାକୁଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବ୍ୟାଡମିଣ୍ଟନର ସଂଘର ସମ୍ପାଦକ ନିଲିନ କୁମାର, ରାଜ୍ୟ ସଂଘର କୋଷାଧକ୍ଷ୍ୟ ପ୍ରଦୀପ କୁମାର ମହାନ୍ତି, ବୌଦ୍ଧ ସଂଘର ସମ୍ପାଦକ ହୃଦାନନ୍ଦ ମିଶ୍ର ଓ ସଂଘର ସଂଗଠନ ସମ୍ପାଦକ ସୁନ୍ଦର ପ୍ରକାଶ ମଞ୍ଚାସୀନ ଥିଲେ ।  ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତବାକ ଚଳିତ ବର୍ଷ ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଇନଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ । ଏଥିରେ ୧୯ ବର୍ଷରୁ କମ ବୟସର ଖେଳାଳି ଭାଗ ନେବେ । ରାଜ୍ୟ ସଂଘ ସଭାପତି ନିଲିନ କୁମାର କହିଥିଲେଯେ ବୌଦ୍ଧରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍‌ରେ  ରାଜ୍ୟର ୩୦ଟି ଜିଲାରୁ ୧୯ବର୍ଷରୁ କମ୍‌ ମହିଳା ଓ ପୁରୁଷ ଖେଳାଳୀ ଭାଗ ନେବେ ।

- Advertisement -

ବୌଦ୍ଧ ବ୍ୟାଡମିଣ୍ଟନ ସଂଘ ଏହିଭଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା କରୁଥିବାରୁ ରାଜ୍ୟ ସଭାପତି ଶ୍ରୀକୁମାର ସ୍ୱାଗତ କରିବାସହ ଏହାଦ୍ୱାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ଉତ୍ସାହ ବଢିବାସହ ସ୍ଥାନୀୟ ଖେଳାଳି ମାନେ ଅଧିକ ସୁଯୋଗ ପାଇପାରିବେ ବୋଲି ପ୍ରକାଶ କରିଥିଲେ  । ଜିଲାରେ ହେବାକୁଥିବା ଏହି ସମ୍ମାନଜନକ ପ୍ରତିଯୋଗିତାକୁ ସଫଳ କରିବାକୁ ବୌଦ୍ଧର ଜିଲାପ୍ରଶାସନ, ବେସରକାରୀ ଅନୁଷ୍ଠାନ ଓ ଜନସାଧାରଣ ସହଯୋଗ କରିବାକୁ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ନିବେଦନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ  ବୌଦ୍ଧ ବ୍ୟାଡ ମିଣ୍ଟନ ସଂଘର ବଦ୍ରିନାରାୟଣ ମିଶ୍ର, ଉପଦେଷ୍ଟା ଲମ୍ବୋଦର ପୁରୋହିତ, ବିଘ୍ନେଶ ଅଗ୍ରୱାଲା, ପରେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories