www.samajalive.in
Saturday, December 6, 2025
16.1 C
Bhubaneswar

ନିଜ ଅଧିକାର ସଂପର୍କରେ ଜାଣିଲେ ସରକାରି ସୁବିଧା ପାଇବାରୁ ଜନସାଧାରଣ ବଞ୍ଚିତ ହେବନାହିଁ : ବିଚାରପତି

ଜି ଉଦୟଗିରି :  ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗୀଆ ଗ୍ରାମ ପଞ୍ଚାୟତ ସ୍ଥିତ ଅରସ୍ମିନି ଉଚ୍ଚ ବିଦ୍ୟାଳୟ ପରିସରରେ ତାଲୁକା ସ୍ତରୀୟ ଆଇନ ସେବା କମିଟିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ପତିତପାବନ ପଣ୍ଡା ଯୋଗ ଦେଇ ଜନସାଧରଣ ନିଜ ଅଧିକାର ସଂପର୍କରେ ଅବଗତ ହେଲେ ସରକାରଙ୍କ ତାଲୁକା ଆଇନ ସେବା ସହାୟତା ନେଇ ପାରିବେ ବୋଲି କହିଥିଲେ। ଆହୁରି ମଧ୍ୟ କହିଥିଲେ ଯେ ଜନସାଧରଣ ଯେ କୌଣସି ସରକାରୀ କାର୍ଯ୍ୟାଳୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ତାଲୁକା ଆଇନ ସେବାର ସୁବିଧା ଉପଲବ୍ଧ କରି ପାରିଲେ ଆୟୋଜିତ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହମ୍ମଦ ଜାମିଲ ଆଇନଜୀବି ରମେଶ ଚନ୍ଦ୍ର ବେହେରା ଓ ସାମ୍ବାଦିକ ରାମକୃଷ୍ଣ ଚୌଧୁରୀ ମଞ୍ଚାଷୀନ ଥିଲେ।କାର୍ୟ୍ୟକ୍ରମକୁ ତାଲୁକା ଆଇନ ସେବା କିରାଣୀ ଅବିନାଶ ଆଚାର୍ୟ୍ୟ ପରିଚାଳନା କରିଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories