www.samajalive.in
Sunday, December 14, 2025
15.1 C
Bhubaneswar

ଜଳ ସମ୍ପଦ ବିଭାଗର ଖାମଖିଆଲି ନିତି ପାଇଁ ଆନିକଟରେ ୩୦ ଫୁଟ ଘାଇ  

ସମ୍ବଲପୁର,  : ମହାନଦୀ କୂଳରେ ଅବସ୍ଥିତ ସମ୍ବଲପୁରବାସୀ ଙ୍କ ଅନ୍ୟତମ ମୁଖ୍ୟ ଜଳ ଉତ୍ସ ଅଯୋଧ୍ୟା ସରୋବର ଆନିକଟରେ ପ୍ରାୟ ୨୫ ଫୁଟ ଲମ୍ବ ଓ ୫ ଫୁଟର ଏକ ବିରାଟ ଘାଇ ସୃଷ୍ଟି ହୋଇଛି । ହୀରାକୁଦ ନଦୀବନ୍ଧ ନିର୍ମାଣ ପରେ ଏହାର ପାଦଦେଶ ଜଳ ସଙ୍କଟକୁ ଦୂର କରିବା ନିମନ୍ତେ ସମ୍ବଲପୁରବାସୀ ତଥା ଆଖପାଖ ଗ୍ରାମାଞ୍ଚଳର ଜଳ, କୃଷି ଓ ଦୈନନ୍ଦିନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୬୦ ଦଶକରେ ସମ୍ବଲପୁରର ହାଟପଡା ସ୍ଥିତ ମାରୱାଡି ପଡା ଘାଟରୁ ଚାଉଁରପୁର (ବରହାକୁନ) ଗ୍ରାମ ପର୍ଯ୍ୟନ୍ତ ମହାନଦୀ ଉପରେ ଏକ ଆନିକଟ (ବ୍ୟାରେଜ) ର ନିର୍ମାଣ କରାଯାଇଥିଲା । ୧ କିମି ୮ ଶହ ମିଟର ଲମ୍ବ ଓ ପ୍ରାୟ ୨ ଫୁଟ ପ୍ରଶସ୍ତ ପଥର ଓ କଂକ୍ରିଟରେ ନିର୍ମିତ ଏହି ଆନିକଟ ଦ୍ୱାରା ଦୀର୍ଘ ୬ ଦଶନ୍ଧି ହେବ ମହାନଦୀର ଅପର ପାଶ୍ୱର୍ରେ ରହୁଥିବା ଲୋକେ ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ଉକ୍ତ ଆନିକଟ ଦେଇ ସମ୍ବଲପୁରକୁ ଆସି ସନ୍ଧ୍ୟାରେ ଫେରି ଯାଇଥାନ୍ତି । ତେବେ ଏହି ଆନିକଟଟି ଜଳ ସମ୍ପଦ ବିଭାଗ ଦ୍ୱାରା ରକ୍ଷଣାବେକ୍ଷଣର ଦାୟିତ୍ୱରେ ରହିଥିବା ବେଳେ କିନ୍ତୁ ଅନେକ ବର୍ଷ ହେବ ଏହାର କୌଣସି ରକ୍ଷଣାବେକ୍ଷଣ କରାଯାଇ ନ ଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଫଳରେ ଏହା ଭାଙ୍ଗିରୁଜି ଯିବା ସହିତ ଆନିକଟର ପାଚେରୀରେ ଏବେ ଅନେକ ଫାଟ ସୃଷ୍ଟି ହୋଇ ଜଳ ଗଳି ଯାଇ ତଳ ମୁଣ୍ଡକୁ ଚାଲି ଯାଉଛି ।

ଅଞ୍ଚଳବାସୀ ବୈକୁଣ୍ଠ ବେହେରା ଙ୍କ ଅନୁଯାୟୀ, ଗତ ଅଗଷ୍ଟ ମାସରେ ଡ୍ୟାମରୁ ପାଣି ଛାଡି ଥିବା ବେଳେ ସକାଳ ସମୟରେ ଅଞ୍ଚଳବାସୀ ଗ୍ରାମ ସନ୍ନିକଟସ୍ଥ (ବରହାକୁନି) ଆନିକଟରେ ପ୍ରାତ ୨୫ ଫୁଟ ଲମ୍ବ ଓ ୫ ଫୁଟ ଗଭୀରର ଏକ ଘାଇ ସୃଷ୍ଟି ହୋଇଥିବାର ଦେଖିଥିଲେ । ଏ ସର୍ମ୍ପକରେ ମୌଖିକ ଭାବରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ସେମାନେ ଜଣାଇଥିଲେ । ତେବେ ସେ ସମୟରେ ନଦୀରେ ପ୍ରଚୁର ପାଣି ରହିଥିବାରୁ ପରବର୍ତ୍ତୀ ସମୟରେ କିଛି ଜଣା ପଡି ନ ଥିଲା । ଏବେ ବର୍ଷା ଛାଡି ଯିବା ଏବଂ ସଂରକ୍ଷିତ ଲକ୍ଷ ଲକ୍ଷ କ୍‌ୁ୍ୟସେକ ଜଳ ଉକ୍ତ ଘାଇ ଯୋଗୁଁ ପ୍ରତିଦିନ ତଳ ମୁଣ୍ଡକୁ ଚାଲି ଯାଉଛି । ଏଭଳି ଆଉ କିଛି ଦିନ ଲାଗି ରହିଲେ ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଗ୍ରାମାଞ୍ଚଳରେ ଜଳ ସଙ୍କଟ ନିଶ୍ଚିତ ଦେଖଦେବ ବୋଲି ଶ୍ରୀ ବେହେରା ଆଶଙ୍କା କରି କହିଛନ୍ତି ।

- Advertisement -

ଏ ସର୍ମ୍ପକରେ ଜଳ ସମ୍ପଦ ବିଭାଗର ଅଧିକାରୀ ପ୍ରମୋଦ ପଣ୍ଡାଙ୍କୁ ପଚରାଯିବାରୁ ଆନିକଟ ୩ ଦିନ ହେବ ଭାଙ୍ଗିଥିବାର ସ୍ୱିକାର କରିଛନ୍ତି । ପ୍ରାୟ ୨୫ ରୁ ୩୦ ଫୁଟ ପର୍ଯ୍ୟନ୍ତ ଘାଇ ସୃଷ୍ଟି ହୋଇଛି । ଏହା ୬୦ ବର୍ଷରୁ ଅଧିକ ପୁରୁଣା ଆନିକଟ ଅଟେ । ଏବେ ତୁରନ୍ତ ଉକ୍ତ ଘାଇକୁ ବନ୍ଦ କରିବାର ପ୍ରାଥମିକତା ରହିଛି । ଯେଉଁ ସ୍ଥାନରେ ଘାଇ ସୃଷ୍ଟି ହୋଇଛି, ସେହି ଅଞ୍ଚଳକୁ ରାସ୍ତା ନ ଥିବା ବେଳେ କିଭଳି ଘାଇ ସୃଷ୍ଟି ହୋଇଛି, କେତେ ଦୂର ଭାଙ୍ଗିଛି, କେଉଁ ସ୍ଥାନ ଦୁର୍ବଳ ରହିଛି, କେତେ ସମୟ ଲାଗିବ, କିପରି ମରାମତି କରାଯିବ ଆଦି ସମସ୍ତ ପାରିପାଶ୍ୱିକ ସ୍ଥିତକୁ ଆକଳନ କରାଯାଇ କିଛି ଦିନ ମଧ୍ୟରେ ପାଣି ବନ୍ଦ କରାଯାଇ ଏହାର ମରାମତି ପାଇଁ କାର୍ଯ୍ୟ ଆରମ୍ଭ ହେବ । ଏଥି ସହ ଆନିକଟକୁ ଆହୁରୀ ମଜବୁତ କରିବା, ବିଗତ ଦିନରେ ୧୬୦ କୋଟି ଟଙ୍କାର ଏକ ବ୍ୟାରେଜ ନିର୍ମାଣ ଆଦି ବିଭିନ୍ନ ଦିଗକୁ ଆକଳନ କରାଯାଇ ଏହାର ସ୍ଥାୟୀ ପ୍ରତିକାର ପାଇଁ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆମେ ଏହାକୁ ଗୁରୁତ୍ୱର ସହିତ ନେଇଛୁ ଏବଂ ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧିକାରୀ ଶ୍ରୀ ପଣ୍ଡା କହିଛନ୍ତି ।

ତେବେ ଅନେକ ବର୍ଷ ହେବ ଏହାର ମରାମତି କରାଯାଇ ଭଗବାନ ଭରସାରେ ଛାଡି ଦିଆଯାଇଥିବାରୁ ଅନେକ ସ୍ଥାନରେ ଫାଟ ଦ୍ୱାରା ପାଣି ଗଳୁ ଥିବା ବେଳେ ଉକ୍ତ ଘାଇ ସୃଷ୍ଟି ହୋଇଛି । ଯଦି ତୁରନ୍ତ ଏହାର ମରାମତି ନ କରାଯାଇ ସରକାରୀ ନାଲି ଫିତା ମଧ୍ୟରେ ରଖି ଦିଆଯାଏ, ତାହା ହେଲେ ଆହୁରୀ ଅନେକ ଘାଇ ସୃଷ୍ଟି ହେବା ସହିତ ଶୀତ ଋତୁରେ ଜଳ ସଙ୍କଟ ଦେଖାଦେବାର ଆଶଙ୍କା ଲୋକେ କରୁଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories