ଅଁଳା ନବମୀ ପାଇଁ ପ୍ରସ୍ତୁତି ଚୂଡାନ୍ତ

ସାକ୍ଷୀଗୋପାଳ ପୀଠ ଚଳଚଞ୍ଚଳ

 ସାକ୍ଷୀଗୋପାଳ : ଆସନ୍ତା ନଭେମ୍ବର ମାସ ୨ ତାରିଖ  ବୁଧବାର କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି  ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ ଓ ଜଗଦ୍ଧାତ୍ରୀ ପୂଜା। ଏହି ପବିତ୍ର ଅବସରରେ ଅନ୍ୟତମ ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କର ପାଦ ଦର୍ଶନ ଅନୁଷ୍ଠିତ ହେବ।  ଶ୍ରୀ ଶ୍ରୀ ରାଧାରାଣୀଙ୍କର ପାଦଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ହୋଇଛି। ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଥାକିଆ ବ୍ୟାରିକେଡ଼ ନିର୍ମାଣ ହୋଇଛି। ଭକ୍ତ ମାନେ ବ୍ୟାରିକେଡ଼ ମଧ୍ୟରେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରିବେ। ଓଡିଶାର ଦ୍ୱତୀୟ  ବୃହତ୍ତ ଗଣପର୍ବ ଭାବେ ପରିଚିତ ଅଁଳା ନବମୀ ରେ ଶ୍ରୀରାଧା ପାଦଦର୍ଶନ କରିବାକୁ ଓଡିଶା ତଥା ଓଡିଶା ବାହାରୁ ଭକ୍ତଙ୍କ ସମାଗମ ହୋଇଥାଏ, କରୋନା କଟକଣା ପାଇଁ ୨ ବର୍ଷ ବନ୍ଦ ପରେ ଏଥର ଦର୍ଶନକୁ ନେଇ ଚଳ ଚଞ୍ଚଳ ହୋଇପଡିଛି ସାକ୍ଷୀଗୋପାଳ ଅଞ୍ଚଳ। ଧର୍ମମାସ ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ନବମୀ ତିଥିରେ ଏହି ପର୍ବ ପଡିଥାଏ ।  ସାକ୍ଷୀଗୋପାଳ ମନ୍ଦିରର ରଙ୍ଗ କାମ, ଆରମ୍ଭ ହୋଇଛି, ପ୍ରଶାସନ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ବ ସଫା କରାଯିବା ସହିତ ସିଂହଦ୍ୱାର ମୁଖଶାଳା ଆଦିକୁ ରଙ୍ଗ କରାଯାଉଛି, ଶ୍ୟାମ କୁଣ୍ଡ, ରାଧା କୁଣ୍ଡ, ପରି ତୀର୍ଥ ପୁଷ୍କରିଣୀକୁ ମଧ୍ୟ ସଫା କରାଯାଇଛି। ଭକ୍ତ ଗହଳିକୁ ଆଖି ଆଗରେ ରଖି ବ୍ୟାରିକେଡ଼ ବ୍ୟବସ୍ଥା କରାଯାଉଛି। ତତ ସହିତ ଆଲୋକୀ କରଣ, ପାନୀୟ ଜଳ ଯୋଗାଣ, ଖାଦ୍ୟ ବଣ୍ଟନ, ଅସ୍ଥାୟୀ ପରିସ୍ରାଗାର ଓ ଅସ୍ଥାୟୀ ବିଶ୍ରାମଗାରକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ  ବ୍ୟବସ୍ଥା କରାଯାଉଛି। ସମସ୍ତ ନୀତିକାନ୍ତି ସହ ରାଧାରାଣୀଙ୍କ ପାଦ ଦର୍ଶନକୁ ନେଇ ସେବାୟତ ସଙ୍ଘ ବୈଠକରେ ନୀତିକାନ୍ତି ସମ୍ବନ୍ଧୀୟ  ଆଲୋଚନା କରାଯାଇଛି।  ମହାପ୍ରଭୁଙ୍କ ପାଇଁ  ଖଜା, ଖୁରୁମା, ସରପୁଳି, କେଳି ପର୍ଯ୍ୟନ୍ତ ଭୋଗ ପ୍ରସ୍ତୁତି ଚାଲୁଛି।
ପୁରୀ ପଟୁ ଆସୁଥିବା ଯାନବାହାନ ସାକ୍ଷୀଗୋପାଳ ରେଳ ଷ୍ଟେସନ ପଡିଆରେ ଓ ଭୁବନେଶ୍ୱର ପଟୁ ଆସୁଥିବା ଯାନବାହାନ କୋର୍ଟ ଉପର ପଡିଆରେ ପାର୍କିଂ କରାଯିବ। ଅତିରିକ୍ତ ଏସପି ପାହ୍ୟାର ୩ ଜଣ ଅଧିକାରୀ, ୮ଜଣ ଡ଼ିଏସପି, ୧୫ ଜଣ ଇନିସ୍ପେକ୍ଟର, ୭୪ ଜଣ ଏଏସଆଇ, ୧୦୦ ଜଣ ହାବିଲଦାର ଓ କନେଷ୍ଟବଳ, ୨୦୦ ଜଣ ଗୃହରକ୍ଷୀ ଓ ଟ୍ରାଫିକ ପୋଲିସ ଏବଂ ୨୦ ପ୍ଲାଟୁନ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ନିୟୋଜିତ ହେବେ।
prayash
ଚଳିତ ବର୍ଷ ଦେବନୀତି ଶୀଘ୍ର ସମ୍ପାଦନ କରାଯିବ। ମନ୍ଦିର ଶୀଘ୍ର ସାହାଣ ମେଲା କରାଯିବ। ଫଳରେ ଭକ୍ତମାନେ ଦର୍ଶନ ସୁଯୋଗ ଲାଭ କରିବେ ବୋଲି ସେବାୟତ ସଂଘ ସମ୍ପାଦକ ଶ୍ରୀବତ୍ସ ମହାପାତ୍ର ପ୍ରକାଶ କରିଛନ୍ତି।
ଠାକୁର ସାକ୍ଷୀଗୋପାଳ  ଉତ୍ତର ଭାରତରୁ ଆସିଥିବାରୁ ଉତ୍ତର ଭାରତୀୟ ରୀତିନୀତି ଅନୁଯାଇ ଠାକୁରଙ୍କର ଦେବ ନୀତି ଅନୁଷ୍ଠିତ ହେଉଅଛି। ସେହିପରି ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ବର୍ଷ ସାରା ଠାକୁରାଣୀଙ୍କର ପାଦପଦ୍ମ ପିନ୍ଧା ବସନ ଦ୍ୱାରା ଆବୃତ୍ତ ହୋଇ ରହିଥାଏ। କେବଳ ବର୍ଷକରେ ଏହି ଗୋଟିଏ ଦିନ ଠାକୁରାଣୀ ଓଡ଼ିଆଣୀ ବେଶ ହୋଇ କାଣିଆ କଚ୍ଛା ମରିଥାନ୍ତି। ଫଳରେ ଭକ୍ତ ମାନଙ୍କୁ ଠାକୁରାଣୀଙ୍କ ପାଦ ଦର୍ଶନର ଦୁର୍ଲ୍ଲଭ ସୁଯୋଗ ମିଳିଥାଏ।
kalyan agarbati

Comments are closed.