ଝୁମ୍ପୁରା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଚଉଠିଆ, ବଡ଼ଡୁମୁରିଆ, ବାରିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଆଣିଥିବା ଯୋଜନାଗୁଡିକ ପ୍ରତି ଗ୍ରାମରେ ଯେପରି ପହଞ୍ଚି ପାରିବ ତାହା ହେଉଛି ଏହି ଜନ ସମ୍ପର୍କ ପଦ ଯାତ୍ରାର ମୁଖ୍ୟ ଉଦେଶ୍ୟ। ଏହି ପଦଯାତ୍ରାରେ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ, ବ୍ଲକ ଯୁବ ସଭାପତି ଇଂ ହରିଭକ୍ତ କୁନା ଗିରି, ଉପସଭାପତି ଟୁନା ବାରିକ, ବାରିଆ ସରପଞ୍ଚ ଅଲେଖ ନାଏକ, ବଡ଼ଡୁମୁରିଆ ସରପଞ୍ଚ ରୁନ୍ଦ୍ର କୁମାର ନାଏକ, ଯୁଗଜ୍ୟୋତି ମହାନ୍ତ, ପୂର୍ବତନ ସମିତି ସଭ୍ୟ ଶିବ ଚରଣ ପ୍ରଧାନ, ଯୁବ ସଂଗଠକ ସୁଶାନ୍ତ କୁମାର ପ୍ରଧାନ, ପରେଶ ବାରିକ, ଶୁକଦେବ ବାରିକ, ଯଦୁମଣି ବାରିକ, ଚନ୍ଦ୍ରଶେଖର ବେହେରା, ଯଦୁମଣି ବାରିକ, ଚନ୍ଦ୍ରମଣି ସିଂ ବଡ଼ଡୁମୁରିଆ ସମିତି ସଭ୍ୟା ସିନୀ ମୁଣ୍ଡା, କୁଳମଣି ମହାନ୍ତ, ହେମନ୍ତ ବେହେରା, ରାଜୁ ପ୍ରଧାନ, ସବିତା ମହାନ୍ତ, ଦିପୁ ମହାନ୍ତଙ୍କ ସମେତ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା, ୩ ପଞ୍ଚାୟତର ସଭାପତି ସଂପାଦକମାନେ ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାଗୁଡିକ ଜନସାଧାରଣଙ୍କୁ ଅବଗତ କରୁଥିବା ଦେଖିବାକୁ ମିଳିଥିଲା।

Comments are closed.